ଓଡ଼ିଶାର ୧୭ ଜଣଙ୍କୁ ମିଳିବ ପୋଲିସ ସେବା ପୁରସ୍କାର
ଭୁବନେଶ୍ୱର : ବିଶିଷ୍ଟ ପୋଲିସ ସେବା ପୁରସ୍କାର ୨୦୨୬ ଘୋଷଣା । ଓଡ଼ିଶାର ମୋଟ୍ ୧୭ ଜଣଙ୍କୁ ମିଳିବ ପୋଲିସ ସେବା ପୁରସ୍କାର । ୫ ଜଣଙ୍କୁ ସାହସିକତା, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ । ୧୦ ଜଣଙ୍କୁ ମିଳିବ ପ୍ରଶଂସନୀୟ ସେବା ପଦକ । ADG ସଞ୍ଜୀବ ପଣ୍ଡା ଓ DSP ସ୍ମିତାରାଣୀ ମହାନ୍ତିଙ୍କୁ ମିଳିବ ରାଷ୍ଟ୍ରପତି ପଦକ । ସବ୍ ଇନ୍ସପେକ୍ଟର ମନ୍ମଥ ମହାପାତ୍ରଙ୍କୁ ସାହସିକତା ପଦକ ମିଳିବ । ସେହିପରି ହାବିଲଦାର ନିରାକାର ଭୁଏଙ୍କୁ ସାହସିକତା ପୁରସ୍କାର । କମାଣ୍ଡୋ ସନ୍ତୋଷ ଗୁରୁଙ୍ଗଙ୍କୁ ସାହସିକତା ପୁରସ୍କାର । କମାଣ୍ଡୋ ସୁମନ ପୁନ୍ ଙ୍କୁ ସାହସିକତା ପୁରସ୍କାର । କମାଣ୍ଡୋ ସୁରେଶ ଚନ୍ଦ୍ର ପୁଟାଙ୍କୁ ସାହସିକତା ପୁରସ୍କାର । ଅଗ୍ନିଶମ ସେବା ପାଇଁ ଜଣଙ୍କୁ ରାଷ୍ଟ୍ରପତି ଓ ୨ ଜଣଙ୍କୁ ସାହସିକତା ପଦକ । ଅଗ୍ନିଶମ ସେବାରେ ASO ମଳୟ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ ଦିଆଯିବ। ବେସାମରିକ ପ୍ରତିରକ୍ଷା ଏବଂ ଗୃହରକ୍ଷୀ ସେବାରେ ଜଣଙ୍କୁ ସାହସିକତା ପଦକ । ସଂସ୍କାରମୂଳକ ସେବା ପାଇଁ ୨ ଜଣଙ୍କୁ ସାହସିକତା ପୁରସ୍କାର ମିଳିବ ।
ଦୀର୍ଘବର୍ଷ ଧରି ନିଷ୍ଠା, ସାହସ ଓ ଦାୟିତ୍ୱବୋଧର ସହ ପୋଲିସ୍ ସେବା ପ୍ରଦାନ କରିଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଏହି ପଦକ ମାଧ୍ୟମରେ ସମ୍ମାନିତ କରାଯାଏ । ବିଶେଷକରି ସାହସିକତା ପଦକ ପାଇଁ ଚୟନ ହୋଇଥିବା ପୋଲିସ୍ କର୍ମଚାରୀମାନେ ବିପଦପୂର୍ଣ୍ଣ ପରିସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ କର୍ତ୍ତବ୍ୟ ସମ୍ପାଦନ କରିଥିବାରୁ ଏହି ସମ୍ମାନ ପାଇବେ । ମୋଟ ୧୭ ଜଣଙ୍କୁ ଏହି ସମ୍ମାନ ମିଳିବା ଓଡ଼ିଶା ପୋଲିସ୍ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଗୌରବର ବିଷୟ । ରାଜ୍ୟର ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷାରେ ନିଷ୍ଠାପର ସେବା ପାଇଁ ଏହି ଅଧିକାରୀ ଓ କର୍ମଚାରୀଙ୍କୁ ଜାତୀୟ ସ୍ତରରେ ମିଳିଛି ଏହି ସ୍ୱୀକୃତି ।
