Screenshot 2026 08 09 165733

ଖୋଲିଲା ମନ୍ଦିରା ଡ୍ୟାମ୍‌ର ୬ ଗେଟ, ବ୍ରାହ୍ମଣୀରେ ବନ୍ୟା ଆଶଙ୍କା

Spread the love

ରାଉରକେଲା:ବ୍ରାହ୍ମଣୀରେ ବନ୍ୟା ଆଶଙ୍କା । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଖୋଲିଲା ମନ୍ଦିରା ଡ୍ୟାମ୍‌ର ୬ଟି ଗେଟ୍‌ । ସୁନ୍ଦରଗଡ଼ ଜିଲ୍ଲା କାଂଶବାହଲ ସ୍ଥିତ ଶଙ୍ଖ ନଦୀ ଉପରେ ନିର୍ମିତ ମନ୍ଦିରା ଡ୍ୟାମର ୧୧ଟି ଗେଟ୍ ମଧ୍ୟରୁ ୬ଟି ଗେଟ୍ ଖୋଲା ଯାଇଛି। ଗେଟ୍ ଖୋଲିବା ପରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମନ୍ଦିରା ଡ୍ୟାମ୍‌ର ଜଳସ୍ତର କ୍ଷମତା ୬୯୦ ଫୁଟ୍ ରହିଥିବା ବେଳେ ଶନିବାର ସୁଦ୍ଧା ୬୭୮.୯ ଫୁଟ ରହିଛି । ଡ୍ୟାମ୍‌କୁ ୧୫୧୨୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଛଡ଼ା ଯାଉଛି ୧୩୭୧୦ କ୍ୟୁସେକ ଜଳ । ଫଳରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଉଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଉରକେଲାରେ ସର୍ବାଧିକ ୬୮.୨ ମିମି ବର୍ଷା ରେକର୍ଡ କରାଯାଇଛି । ତେବେ ଶଙ୍ଖ ନଦୀରେ ୬ ମିମି ବର୍ଷା ରେକର୍ଡ ହୋଇଛି । ୧୦ତାରିଖ ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଥିବାରୁ ବେଦବ୍ୟାସର ତ୍ରିବେଣୀ ସଙ୍ଗମରୁ ଜଳ ନେବା ଲାଗି ରବିବାର ସନ୍ଧ୍ୟାରୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିବ । ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିପଦସଙ୍କୁଳ ସ୍ଥାନକୁ ବାରିକେଡ୍ କରାଯାଇଛି ଓ ସେଠାରେ ପୋଲିସ ଜଗି ରହିଛି ।

ଶୁକ୍ରବାର ସକାଳ ୬ଟାରୁ ଶନିବାର ସକାଳ ୬ଟା ଯାଏଁ ଗତ ୨୪ ଘଣ୍ଟା ମଧ୍ୟରେ ରାଉରକେଲାରେ ୬୮.୨ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ହେମଗିରରେ ୫୮.୨, ବିଶ୍ରାରେ ୫୬.୨, ବାଲିଶଙ୍କରାରେ ୪୩, କୁଆଁରମୁଣ୍ଡାରେ ୩୯.୪, ନୂଆଗାଁରେ ୩୬.୧, ଲେଫ୍ରିପଡ଼ାରେ ୩୬, ଟାଙ୍ଗରପାଲିରେ ୧୦.୪, ସୁନ୍ଦରଗଡ଼ରେ ୪.୪, ସବଡ଼େଗାରେ ୨୪.୧, ବଡ଼ଗାଁରେ ୨୪.୬, କୁତ୍ରାରେ ୧୩.୪, ରାଜଗାଙ୍ଗପୁରରେ ୩.୬, ଲାଠିକଟାରେ ୮, ବଣାଇଁରେ ୧୧, ଲହୁଣିପଡ଼ାରେ ୧୩.୪, ଗୁରୁଣ୍ଡିଆରେ ୬ ଓ କୋଇଡ଼ାରେ ୮ ମିମି ବର୍ଷା ହୋଇଛି ।

 

Leave a Reply

Your email address will not be published. Required fields are marked *