Screenshot 2026 08 07 203148

ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପରବର୍ତ୍ତୀ କିସ୍ତି ଟଙ୍କା

Spread the love

ଭୁବନେଶ୍ବର: ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ଖୁସି ଖବର । ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।

ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ୨୫ ଜୁଲାଇ ସୁଦ୍ଧା ଜିଲ୍ଲାସ୍ତରରୁ ଯେଉଁ ନାମଗୁଡ଼ିକ ଅନୁମୋଦନ ପାଇ ସରକାରଙ୍କ ନିକଟକୁ ପହଞ୍ଚିଥିବ, ସେହି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ରାକ୍ଷୀ ପୂର୍ଣ୍ଣିମା ଅବସରରେ ସିଧାସଳଖ ଟଙ୍କା ପଠାଯିବ। ଏହା ଫଳରେ ଅପେକ୍ଷାରେ ଥିବା ଅନେକ ମହିଳା ଉପକୃତ ହେବେ।

ସୁଭଦ୍ରା ଯୋଜନା ଓଡ଼ିଶା ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ମହିଳା କଲ୍ୟାଣ ଯୋଜନା।ଏହି ଯୋଜନାରେ ଯୋଗ୍ୟ ମହିଳାମାନଙ୍କୁ ପ୍ରତିବର୍ଷ ୫ ହଜାର ଟଙ୍କା ଲେଖାଏଁ ଦୁଇଟି କିସ୍ତିରେ ମୋଟ ୧୦ ହଜାର ଟଙ୍କା ପ୍ରଦାନ କରାଯାଉଛି।

Leave a Reply

Your email address will not be published. Required fields are marked *