Screenshot 2026 08 05 135614 750x430

ଭାରତରେ ଖୋଲିବ ୧୫ ବିଦେଶୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ! ମିଳିବ ବିଶ୍ୱସ୍ତରୀୟ ଶିକ୍ଷା

Spread the love

ନୂଆଦିଲ୍ଲୀ: ଭାରତୀୟ ଶିକ୍ଷା କ୍ଷେତ୍ରରେ ଏକ ଐତିହାସିକ ଯୁଗର ଆରମ୍ଭ ! ଏବେ ଦେଶ ଛାଡ଼ି ବିଦେଶ ଯିବାର ଆବଶ୍ୟକତା ନାହିଁ। ଭାରତରେ ହିଁ ମିଳିବ ବିଶ୍ୱସ୍ତରୀୟ ଶିକ୍ଷା। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ, UGC ଏକ ବଡ଼ ନିଷ୍ପତ୍ତି ନେଇ ୧୫ଟି ପ୍ରସିଦ୍ଧ ବିଦେଶୀ ବିଶ୍ୱବିଦ୍ୟାଳୟକୁ ଭାରତରେ ସେମାନଙ୍କ କ୍ୟାମ୍ପସ ଖୋଲିବାକୁ ଅନୁମତି ଦେଇଛି।

ଭାରତକୁ ଏକ ‘ଗ୍ଲୋବାଲ ଏଜୁକେସନ୍ ହବ୍’ ବନାଇବା ଦିଗରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଉଛି। ଜାତୀୟ ଶିକ୍ଷା ନୀତି, NEP ଅଧୀନରେ ୟୁଜିସି ଦେଶରେ ୧୫ଟି ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟକୁ ସେମାନଙ୍କର ଶାଖା କ୍ୟାମ୍ପସ ଖୋଲିବା ପାଇଁ ସବୁଜ ସଙ୍କେତ ଦେଇଛି।

କେଉଁ କେଉଁ ଦେଶରୁ ଆସୁଛନ୍ତି ବିଶ୍ୱବିଦ୍ୟାଳୟ ? ମିଳିଥିବା ସୂଚନା ଅନୁସାରେ ଅଷ୍ଟ୍ରେଲିଆ, ଆମେରିକା, ଇଟାଲୀ, ୟୁନାଇଟେଡ୍ କିଙ୍ଗଡମ୍, ଭଳି ଦେଶରୁ ଆସୁଥିବା ଏହି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟଗୁଡ଼ିକ ସେମାନଙ୍କର ଗ୍ଲୋବାଲ୍ ସିଲାବସ୍ ଏବଂ ଅତ୍ୟାଧୁନିକ ଶିକ୍ଷାଦାନ ପ୍ରଣାଳୀ ଏବେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଯୋଗାଇଦେବେ।

ଏହି ସବୁ ବିଦେଶୀ କ୍ୟାମ୍ପସ ଦେଶର ପ୍ରମୁଖ ଶିକ୍ଷା ଓ ଶିଳ୍ପ କେନ୍ଦ୍ରଗୁଡ଼ିକରେ ସ୍ଥାପିତ ହେବ। ବେଙ୍ଗାଲୁରୁ, ଗ୍ରେଟର ନୋଏଡା, ଗୁରୁଗ୍ରାମ, ମୁମ୍ବାଇ ଏବଂ ଚେନ୍ନାଇ ଭଳି ସହରଗୁଡ଼ିକୁ ଏହି କ୍ୟାମ୍ପସ ଗୁଡ଼ିକ ପାଇଁ ଚୟନ କରାଯାଇଛି, ଯାହାଦ୍ୱାରା ଛାତ୍ରଛାତ୍ରୀ ଶିକ୍ଷା ସହିତ ଶିଳ୍ପ ସଂସ୍ଥାଗୁଡ଼ିକରୁ ସିଧାସଳଖ ଅଭିଜ୍ଞତା ପାଇପାରିବେ।

ଏହି ନିଷ୍ପତ୍ତି କେବଳ ଭାରତୀୟ ଛାତ୍ରଛାତ୍ରୀଙ୍କ ବିଦେଶ ଯିବାର ଖର୍ଚ୍ଚ କମାଇବ ନାହିଁ, ବରଂ ଦେଶର ଶିକ୍ଷା କ୍ଷେତ୍ରରେ ଗବେଷଣା ଏବଂ ପ୍ରତିଯୋଗିତାକୁ ନୂଆ ଦିଗ ଦେବ। ବିଶେଷଜ୍ଞଙ୍କ ମତରେ, ଏହାଦ୍ୱାରା ଦକ୍ଷିଣ-ଏସୀୟ ଦେଶଗୁଡ଼ିକରୁ ମଧ୍ୟ ବିଦେଶୀ ଛାତ୍ରଛାତ୍ରୀ ଭାରତ ଆସି ପାଠ ପଢ଼ିବାକୁ ଆକୃଷ୍ଟ ହେବେ। ଭାରତୀୟ ଶିକ୍ଷା କ୍ଷେତ୍ରରେ ଏହି ବଡ଼ ପରିବର୍ତ୍ତନ ଆଗାମୀ ଦିନରେ ନୂଆ ସମ୍ଭାବନାର ଦ୍ୱାର ଖୋଲିବ।

Leave a Reply

Your email address will not be published. Required fields are marked *