12 1 e1785940653787 300x170

ବନ୍ୟାଞ୍ଚଳ ପରିଦର୍ଶନ କଲେ ବିଜେଡି ପ୍ରତିନଧି ମଣ୍ଡଳୀ

Spread the love

ହରଭଙ୍ଗା : ବୌଦ୍ଧ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ହରଭଙ୍ଗା ବ୍ଲକର ବନ୍ୟାପ୍ରଭାବିତ କୁଶଙ୍ଗ, ହରଭଙ୍ଗା, ସଂକୁଳେଇ ପଞ୍ଚାୟତର କୁମାରୀ, ଅତଲସରା, କୋଡାଶିଙ୍ଗା, ପାଣିଘରା ଆଦିଗ୍ରାମ ପରିଦର୍ଶନ କରିଥିବା ଜଣାପଡ଼ିଛି। ଲୋକଙ୍କ ଅସୁବିଧା ସୁବିଧା ପଚାରି ବୁଝିବା ସହିତ ଶୁଖିଲା ଖାଦ୍ୟ ପ୍ରଦାନ କରିଥିବା ଜଣାପଡ଼ିଛି। ଏହି ପରିଦର୍ଶନ ସମୟରେ ପୂର୍ବତନ ମନ୍ତ୍ରୀଙ୍କ ସହିତ ବୌଦ୍ଧ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରବାସିନୀ ଦାସ, ବୌଦ୍ଧ ଏନ. ଏ. ସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ୭ ନମ୍ବର ଜିଲ୍ଲାପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର, ସୁବୋଧ କୁମାର ପ୍ରଧାନ, ଧୀରେନ ଦେହୁରୀ ଅବକାଶ ସାହୁ, ସଞ୍ଜୀବ କୁମାର ଦେହୁରୀ, ତ୍ରିବିକ୍ରମ ମହାକୁଡ଼, ପ୍ରଦୀପ କୁମାର ସାହୁ, ଧରଣୀଧର ଦେହୁରୀ, ବସନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *