Screenshot 2026 08 05 151059

ଖସିଲା ହସ୍ପିଟାଲର ସିଲିଂ, ଅଳ୍ପକେ ବର୍ତ୍ତିଲେ ପ୍ରସୂତି ଏବଂ ନବଜାତକ

Spread the love

ଉଦଳା: ମୟୂରଭଞ୍ଜ ଉଦଳା ମେଡିକାଲ ପ୍ରସୂତି ବିଭାଗରୁ ସାମ୍ନାକୁ ଆସିଛି ଏକ ଚିନ୍ତାଜନକ ଘଟଣା । ମହିଳା ସଞ୍ଜୁଲତା ପାତ୍ର ନବଜାତକକୁ ଧରି ବସିଥିବା ବେଳେ ହଠାତ ତାଙ୍କ ପିଠି ଉପରେ ସିଲିଂର କିଛି ଅଂଶ ଖସି ପଡିଥିଲା । ସୌଭାଗ୍ୟବଶତଃ ନବଜାତକ ଶିଶୁ ଓ ପ୍ରସୂତି ମାଆ ବଡ଼ ବିପଦରୁ ବର୍ତ୍ତିଯାଇଛନ୍ତି । ଘଟଣା ପରେ ହସ୍ପିଟାଲର ଭିତ୍ତିଭୂମି ଓ ରୋଗୀ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି ।

ସିଲିଂ ଖସିବା ଘଟଣାରେ ମାଆ ଓ ନବଜାତକ ସୁରକ୍ଷିତ ଥିଲେ ମଧ୍ୟ, ଏଭଳି ଅବହେଳା ଭବିଷ୍ୟତରେ ବଡ଼ ଅଘଟଣର କାରଣ ହୋଇପାରେ ।

ସୂଚନା ଅନୁଯାୟୀ, ପ୍ରସୂତି ବିଭାଗରେ ସଞ୍ଜୁଲତା ପାତ୍ର ନିଜର ନବଜାତକ ଶିଶୁକୁ ଧରି ବେଡ଼ରେ ବସିଥିବା ବେଳେ କିଛି ଅଂଶ ହଠାତ ଗଳି ପଡିଥିଲା। ହେଲେ ସୌଭାଗ୍ୟ ବଶତଃ ନବଜାତକ ଉପରେ ନପଡି ମହିଳାଙ୍କ ପିଠି ଉପରେ ଖସି ପଡିଥିଲା। ବଡ଼ ଅଘଟଣରୁ ନବଜାତକ ଏବଂ ପ୍ରସୂତି ବର୍ତ୍ତିଯାଇଛନ୍ତି। ଛାତରୁ ପାଣି ଲିକ୍ କରି ସିଲିଂ ଖସି ପଡ଼ିଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *