Mahanadi 2

ମହାନଦୀରେ ବଢ଼ୁଛି ବନ୍ୟା ବିପଦ, ଜନସାଧାରଣଙ୍କ ସୁରକ୍ଷା ପାଇଁ କଟକ ଜିଲ୍ଲା ପ୍ରଶାସନର କଟକଣା

Spread the love

ବାରଙ୍ଗ : ରାଜ୍ୟରେ ଲଗାଣ ବର୍ଷାରେ ଉବୁଟୁବୁ ସମସ୍ତ ନଦୀ । ଏପଟେ ମହାନଦୀରେ ଜଳସ୍ତର ଅଧିକ ରହିଛି । ଆଜି ସକାଳ ୯ଟା ସୁଦ୍ଧା ୫ ଲକ୍ଷ ୫୦ ହଜାର କ୍ୟୁସେକ୍ ବନ୍ୟାଜଳ ମୁଣ୍ଡଳୀ ଦେଇ ପ୍ରବାହିତ ହେଉଛି। ମୁଣ୍ଡଳୀ ଉପର ମୁଣ୍ଡରେ ୮୮.୨୦ ଫୁଟ୍ ଜଳସ୍ତର ରହିଥିବା ବେଳେ ତଳ ମୁଣ୍ଡରେ ୮୬.୦୦ ଜଳସ୍ତର ରହିଛି । ସେହିପରି ନରାଜ ବ୍ୟାରେଜ ଦେଇ ୨ଲକ୍ଷ ୭୭ହଜାର ୧୮୦ କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଛି । ଉପର ମୁଣ୍ଡରେ ୨୫.୫୫ ମିଟର ଓ ତଳ ମୁଣ୍ଡରେ ୨୨.୨୫ ମିଟର ଜଳସ୍ତର ରହିଛି । ଜନସାଧାରଣଙ୍କ ସୁରକ୍ଷା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି ।

ମୁଣ୍ଡଳୀ ବ୍ୟାରେଜ ଓ ମହାନଦୀର ବିଭିନ୍ନ ଶାଖାନଦୀକୁ ମତ୍ସ୍ୟଜୀବୀ ମାନଙ୍କୁ ପ୍ରବେଶ ଉପରେ କଟକ ଜିଲ୍ଲା ପ୍ରଶାସନ ବାରଣ କରିଛି । ଗାଧୋଇବା, ପହଁରିବା, ଡଙ୍ଗା ଚଳାଇବା, ସେଲ୍ଫି ନେବା କିମ୍ବା ନଦୀ କୂଳ, ବ୍ୟାରେଜ୍ ନିକଟରେ ରହିବା ଉପରେ କଟକଣା ଜାରି କରାଯାଇଛି । ମହାନଦୀ, ଏହାର ଶାଖା ନଦୀ ଏବଂ ସଂଲଗ୍ନ ଜଳାଶୟଗୁଡ଼ିକରେ ସମସ୍ତ ପ୍ରକାର ମତ୍ସ୍ୟଧରା କାର୍ଯ୍ୟ ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି । ମତ୍ସ୍ୟଜୀବୀମାନଙ୍କୁ କୌଣସି ପରିସ୍ଥିତିରେ ନଦୀକୁ ନଯିବା ପାଇଁ ପ୍ରଶାସନ ପରାମର୍ଶ ଦେଇଛି ।

Leave a Reply

Your email address will not be published. Required fields are marked *