13bbs 53 13062026 112 2026 06 13 20 22 14

୭୦ ବର୍ଷୀୟା ଦୃଷ୍ଟିହୀନ ଓ ମାନସିକ ବିକୃତ ମହିଳାଙ୍କୁ ଆକ୍ରମଣ ଓ ଦୁଷ୍କର୍ମ ଉଦ୍ୟମ

Spread the love

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଜଣେ ୭୦ ବର୍ଷୀୟା ଦୃଷ୍ଟିହୀନ ଓ ମାନସିକ ବିକୃତ ମହିଳାଙ୍କୁ ଆକ୍ରମଣ ଓ ଦୁଷ୍କର୍ମ ଉଦ୍ୟମ ପୁଣି ଥରେ ମାନବ ସମାଜକୁ ଲଜ୍ଜିତ କରିଛି। ମହିଳା ଜଣକ ପୂର୍ବ ଦିଲ୍ଲୀର ତ୍ରିଲୋକପୁରୀ ଅଞ୍ଚଳରେ ଗତ ୩୫ ବର୍ଷ ହେଲା ରହିଆସୁଛନ୍ତି। ସେଠାକାର ବାସିନ୍ଦା ମହିଳାଙ୍କୁ ଖାଦ୍ୟ ଓ ବସ୍ତ୍ର ଦେଇଥାନ୍ତି। ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ, ଗୁରୁବାର ମଧ୍ୟରାତିରେ ମହିଳା ଜଣକ ଏକ ଦୋକାନ ବାହାରେ ବିଶ୍ରାମ କରୁଥିବାବେଳେ ଜଣେ ବ୍ୟକ୍ତି ତାଙ୍କ ନିକଟକୁ ଆସିଥିଲେ।

ମହିଳା ବାଧା ଦେବାରୁ ଅଭିଯୁକ୍ତ ତାଙ୍କୁ ଏକ ଇଟାରେ ଆକ୍ରମଣ କରିଥିଲା। ଏଥିରେ ଦୃଷ୍ଟିହୀନ ମହିଳା ଜଣକ ଗୁରୁତର ଭାବେ ଆହତ ହୋଇଥିଲେ। ପୁଲିସ ସୂତ୍ର ଅନୁଯାୟୀ, ଅଭିଯୁକ୍ତ ସେହି ସ୍ଥାନରୁ ଯିବା ପୂର୍ବରୁ ମହିଳାଙ୍କ ସହିତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ଏହି ଘଟଣା‌ର ଫୁଟେଜ୍‌ ସେଠାରେ ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଆହତ ମହିଳାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ମୟୂର ବିହାର ପୁଲିସ ଷ୍ଟେସନ ଅଧୀନରେ ଘଟିଛି। ପୁଲିସ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଚିହ୍ନଟ କରିବାକୁ ଚେଷ୍ଟା କରୁଥିବାବେଳେ ମାମଲା‌ରେ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *