Police 4

ରାଜଧାନୀରେ ‘ନାଇଟ୍ ଅପରେସନ’, ଆକ୍ସନ ମୋଡରେ କମିଶନରେଟ ପୋଲିସ

Spread the love

ଭୁବନେଶ୍ବର: ରାଜଧାନୀରେ ପୋଲିସର ‘ନାଇଟ୍ ଅପରେସନ’ ଆକ୍ସନ ମୋଡରେ କମିଶନରେଟ ପୋଲିସ । ଡିଜିପିଙ୍କ ସହ ଆଲୋଚନା ପରେ ଜୋରଦାର ହେଲା ନାଇଟ୍ ପେଟ୍ରୋଲିଂ ଓ ବ୍ଲକିଂ ଚେକିଂ । ବାଲିଅନ୍ତା ଘଟଣାକୁ ନେଇ ସମାଲୋଚନା ପରେ ଏବେ ସକ୍ରିୟ ହୋଇଛି କମିଶନରେଟ ପୋଲିସ । ରାଜଧାନୀରେ ଅପରାଧ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ପୋଲିସ ଏବେ ‘ଆକ୍ସନ ମୋଡ’କୁ ଓହ୍ଲାଇଛି । ରବିବାର ରାତିରେ ସହରର ବିଭିନ୍ନ ପ୍ରମୁଖ ଛକରେ ଜୋରଦାର ନାଇଟ୍ ପେଟ୍ରୋଲିଂ ସହ ବ୍ଲକିଂ ଚେକିଂ କରାଯାଇଥିବା ଦେଖିବାକୁ ମିଳିଛି । ଡିଜିପିଙ୍କ ଗୁରୁମନ୍ତ୍ର ପରେ ତତ୍ପରତା ହୋଇଛନ୍ତି ପୋଲିସ ଅଧିକାରୀ। ପୋଲିସ ମହାନିର୍ଦ୍ଦେଶକଙ୍କ ସହ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ଆଲୋଚନା ପରେ ସହରର ଆଇନ ଶୃଙ୍ଖଳା ରକ୍ଷା ପାଇଁ ବିଶେଷ ରଣନୀତି ପ୍ରସ୍ତୁତ କରାଯାଇଛି। ବିଶେଷ କରି ରାତି ସମୟରେ ଅପରାଧୀଙ୍କ ପ୍ରାଦୁର୍ଭାବ ରୋକିବା ପାଇଁ ପେଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରାଯାଇଛି। ମଦ୍ୟପ ଚାଳକଙ୍କ ଉପରେ କଡ଼ା ନଜର ରଖାଯାଇଛି । ରବିବାର ଛୁଟି ଦିନ ଥିବାରୁ ସହରର ବିଭିନ୍ନ ସ୍ଥାନରେ ଗହଳି ସାଙ୍ଗକୁ ମଦ୍ୟପାନ କରି ଗାଡ଼ି ଚାଳନା କରିବାର ସମ୍ଭାବନା ଅଧିକ ରହିଥାଏ । ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ରେଥ୍ ଆନାଲାଇଜର ସାହାଯ୍ୟରେ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନଉପୁଜେ, ସେଥିପାଇଁ ପ୍ରତିଟି ସନ୍ଦିଗ୍ଧ ବାହାନକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି ।

Leave a Reply

Your email address will not be published. Required fields are marked *