ନୟାପଲ୍ଲୀ ଦୁଷ୍କର୍ମ ଘଟଣା: ଖସିବାକୁ ଉଦ୍ୟମ ବେଳେ ଅଭିଯୁକ୍ତକୁ ଏନକାଉଣ୍ଟର
ଭୁବନେଶ୍ବର: ନୟାପଲ୍ଲୀ ଦୁଷ୍କର୍ମ ଘଟଣାରେ ଧରାପଡିଲା ଅଭିଯୁକ୍ତ । ଅଭିଯୁକ୍ତକୁ ଏନକାଉଣ୍ଟର କଲା ପୋଲିସ । ପୋଲିସକୁ ଚକମା ଦେଇ ଖସିବାକୁ ଉଦ୍ୟମ କରୁଥିବା ବେଳେ ଏନକାଉଣ୍ଟର କଲା ପୋଲିସ । ପୋଲିସ କବଳରୁ ଖସିବା ପାଇଁ ଫାୟାର କରିଥିଲା ଅଭିଯୁକ୍ତ । ଚନ୍ଦକା ଅଞ୍ଚଳରୁ ଖସିଯିବାକୁ ଚେଷ୍ଟା କରୁଥିବାବେଳେ ତିନି ରାଉଣ୍ଡ ଫାୟାର କରିଥିଲା ପୋଲିସ । ଅଭିଯୁକ୍ତର ଗୋଡ଼ରେ ବାଜିଛି ଗୁଳି । ଅଭିଯୁକ୍ତକୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଛି । ଅଭିଯୁକ୍ତ ଶ୍ରୀଧର ପଣ୍ଡା ବୋଲି ଜଣାଯାଇଛି ।
ପ୍ରକାଶ ଯେ, ଅଭିଯୁକ୍ତକୁ ଧରିବା ପାଇଁ ଭୁବନେଶ୍ୱର ଡିସିପିଙ୍କ ନେତୃତ୍ବରେ ଚାରୋଟି ଟିମ୍ କରୁଛି ତନାଘନା ତଦନ୍ତ କରୁଥିଲା । ଗୋଟିଏ ଟିମ୍ ପୀଡ଼ିତାଙ୍କ୍ ଆଖପାଖ ଅଞ୍ଚଳରୁ ଯୁବକଙ୍କ ତଥ୍ୟ ସଂଗ୍ରହ କରୁଥିଲା । ଅଭିଯୋଗ ଅନୁସାରେ, ବୁଧବାର ରାତିରେ ଘଟିଥିଲା ଜଘନ୍ୟକାଣ୍ଡ । ଯୁବତୀ ତାଙ୍କ ବଡ଼ ଭଉଣୀଙ୍କ ସହ ନୟାପଲ୍ଲୀ ଅଞ୍ଚଳର ଏକ ଭଡ଼ା ଘରର ତଳ ମହଲାରେ ରହୁଥିଲେ । ଘଟଣା ସମୟରେ ଭଉଣୀ ଘରେ ନଥିଲେ। ରାତିରେ ଜଣେ ଅଜଣା ବ୍ୟକ୍ତି ଘର ଭିତରେ ଜୋର ଜବରଦସ୍ତ ପଶିଥିଲା ।
ଅଭିଯୁକ୍ତ ମୁହଁ ଢାଙ୍କିଥିବା ଏବଂ ବନ୍ଧୁକ ଦେଖାଇ ଧମକ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ପରେ ଅଭିଯୁକ୍ତ ସେଠାରୁ ଚମ୍ପଟ ମାରିଥିଲା । ଏବେ CCTV timeline, ‘ଆମ ବସ୍ ’ ଲିଙ୍କ୍, scientific evidence, ପୀଡ଼ିତାଙ୍କ ବୟାନ ଏବଂ ସ୍ଥାନୀୟ ଲୋକଙ୍କଠାରୁ ମିଳୁଥିବା ତଥ୍ୟ—ଏସବୁକୁ ଗୋଟିଏ ସୂତ୍ରରେ ଯୋଡ଼ି ଅଭିଯୁକ୍ତ ପାଖରେ ପହଞ୍ଚିଥିଲା ପୋଲିସ । ଆଜି ଚନ୍ଦକା ଅଂଚଳରୁ ଅଭିଯୁକ୍ତକୁ କରି ଏନକାଉଣ୍ଟର ଗିରଫ କରିଛି ପୋଲିସ
