Cyclone

ବଙ୍ଗୋପସାଗରରେ ପୁଣି ବାତ୍ୟା ଭୟ, ଏକାସାଙ୍ଗରେ ସୃଷ୍ଟି ହେବ ୨ଟି ଘୂର୍ଣ୍ଣିବଳୟ !

Spread the love

ଭୁବନେଶ୍ୱର : ବଙ୍ଗୋପସାଗରରେ ପୁଣି ବାତ୍ୟା ଭୟ  ?  ମେ ମଧ୍ୟଭାଗରେ ସୃଷ୍ଟି ହୋଇପାରେ ବଡ଼ ଲଘୁଚାପ  !   ମାଡ଼ି ଆସୁଛି MJO ତରଙ୍ଗ  !  ସମୁଦ୍ରରେ ଏକାସାଥିରେ ସୃଷ୍ଟି ହେବ ଦୁଇଟି ଘୂର୍ଣ୍ଣିବଳୟ ?  ବଙ୍ଗୋପସାଗରରେ ଏକ ବଡ଼ ଧରଣର ପାଣିପାଗ ପରିବର୍ତ୍ତନ ହେବାକୁ ଯାଉଛି। ବୈଜ୍ଞାନିକ ଭାଷାରେ ଏହାକୁ ମ୍ୟାଡେନ୍ ଜୁଲିଆନ୍ ଓସିଲେସନ (MJO) କୁହାଯାଉଛି ।  ଯାହା ମେ ମଧ୍ୟଭାଗରେ ଭାରତ ମହାସାଗର ଏବଂ ବଙ୍ଗୋପସାଗର ଅଞ୍ଚଳରେ ପ୍ରଭାବ ପକାଇବ ।

ଏହାର ପ୍ରଭାବରେ ସମୁଦ୍ର ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।  MJO ହେଉଛି ବାୟୁମଣ୍ଡଳରେ ବୁଲୁଥିବା ଏକ ବର୍ଷା ଓ ପବନର ତରଙ୍ଗ ।  ଏହା ଯେତେବେଳେ ଭାରତ ମହାସାଗର ଉପରକୁ ଆସେ ସେତେବେଳେ ବର୍ଷା ଓ ବାତ୍ୟା ହେବାର ସୁଯୋଗ ବଢ଼ିଯାଏ। ମେ ୧୧ ରୁ ୧୫ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ।

ପରେ ଏହା ଲଘୁଚାପ କିମ୍ବା ଅବପାତର ରୂପ ନେଇପାରେ। ବେଳେବେଳେ ଏହି ସ୍ଥିତିରେ ବିଷୁବ ରେଖାର ଦୁଇ ପାର୍ଶ୍ୱରେ ଦୁଇଟି ଘୂର୍ଣ୍ଣିବଳୟ ସୃଷ୍ଟି ହୁଏ। ଗୋଟିଏ ଉତ୍ତରରେ (ବଙ୍ଗୋପସାଗର) ଏବଂ ଅନ୍ୟଟି ଦକ୍ଷିଣରେ। ବର୍ତ୍ତମାନର ସ୍ଥିତି ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଉତ୍ତର ଘୂର୍ଣ୍ଣିବଳୟ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ଅଛି ।  ଏହା ଏକ ଲଘୁଚାପ ବା ଅବପାତ ଭାବେ ରହିପାରେ। ଯେଉଁଥିରେ ପବନର ବେଗ ଘଣ୍ଟା ପ୍ରତି ୩୦ ରୁ ୫୦ କିମି ରହିବ ।

ଯଦି ସମୁଦ୍ରର ତାପମାତ୍ରା ଓ ପବନ ଅନୁକୂଳ ରହେ ତେବେ ଏହା ଏକ ସାମୁଦ୍ରିକ ବାତ୍ୟାର ରୂପ ମଧ୍ୟ ନେଇପାରେ। କିନ୍ତୁ ଏବେଠାରୁ ଏହା କହିବା କଷ୍ଟକର। ପ୍ରାଥମିକ ଆକଳନ ଅନୁଯାୟୀ, ଏହା ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗକୁ ଗତି କରିପାରେ। ଏହାର ପ୍ରଭାବ ଓଡ଼ିଶା, ପଶ୍ଚିମବଙ୍ଗ, ଆଣ୍ଡାମାନ ନିକୋବର କିମ୍ବା ମିଆଁମାର ଉପରେ ପଡ଼ିପାରେ।

ପ୍ରଭାବରେ ଆଣ୍ଡାମାନ ସାଗର ଏବଂ ଦକ୍ଷିଣ ବଙ୍ଗୋପସାଗରରେ ପ୍ରବଳ ବର୍ଷା ହୋଇପାରେ। ପରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ବର୍ଷା ସହ ଝଡ଼ ପବନ ହେବାର ସମ୍ଭାବନା ଅଛି। ଏହା ଦ୍ୱାରା ପ୍ରବଳ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। କିନ୍ତୁ ସମୁଦ୍ର ଅଶାନ୍ତ ରହିବ। ଏନେଇ IMD କୌଣସି ଚୂଡ଼ାନ୍ତ ଚେତାବନୀ ଜାରି କରିନାହିଁ। ସ୍ଥିତି ଉପରେ ନଜର ରଖାଯାଇଛି ।  ଆଗାମୀ ୪-୫ ଦିନ ମଧ୍ୟରେ ଚିତ୍ର ଅଧିକ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *