03bbs 19 03052026 112 2026 05 03 16 33 00

ସ୍ତ୍ରୀ ଓ ୪ ପିଲାଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା ଉଦ୍ୟମ କଲେ ସାଲୁନ କର୍ମଚାରୀ

Spread the love

ଗୁରୁଗ୍ରାମ: ଗୁରୁଗ୍ରାମରେ ପାରିବାରିକ ବିବାଦ ଯୋଗୁଁ ଅକାଳରେ ଚାଲି ଯାଇଛି ୫ ଜୀବନ। ୩୯ ବର୍ଷୀୟ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ୪ ପିଲାଙ୍କୁ ବିଷ ଦେଇ ହତ୍ୟା କରିବା ପରେ ଛୁରିରେ କଚଟି କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ତୁରନ୍ତ ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଅବସ୍ଥା ଗୁରୁତର ଅଛି।

ପୁଲିସ ସୂଚନା ଅନୁଯାୟୀ ନଜିମ୍‌ର ଘର ଉତ୍ତର ପ୍ରଦେଶର ମୋରାଦାବାଦରେ। କିନ୍ତୁ ଗତ କିଛି ବର୍ଷ ହେଲା ସେ ୱାଜିରପୁରରେ ରହି ଆସୁଥିଲା। ସେ ସେହି ଅଞ୍ଚଳରେ ଏକ ସା‌‌ଲୋନ ଚଲାଉଥିଲା। ନଜିମ୍‌ ସୁସ୍ଥ ହେବା ପରେ ତାଙ୍କୁ ପଚରାଉଚରା କରାଯିବ ବୋଲି ପୁଲିସ କହିଛି। ଘଟଣା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ମୃତଦେହଗୁଡ଼ିକୁ ଶବାଗାରରେ ରଖିବା ସହିତ ପୁଲିସ ସମସ୍ତ ଦିଗରୁ ତଦନ୍ତ କରୁଛି ବୋଲି ସହାୟକ ପୁଲିସ କମିଶନର ନବୀନ ଶର୍ମା କହିଛନ୍ତି। ପାରିବାରିକ ବିବାଦ ଯୋଗୁ ଏପରି ଚରମ ଘଟଣା ଘଟିଥିବା ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *