Tmc bjp violence naijpg 1776933343828 1024x546

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ; ମତଦାନ ବେଳେ ବିଜେପି ପ୍ରାର୍ଥୀଙ୍କୁ ଟିଏମସି କର୍ମୀଙ୍କ ଆକ୍ରମଣ

Spread the love

କଲକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ କୁମାରଗଞ୍ଜ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ସରକାରଙ୍କୁ ତୃଣମୂଳ କଂଗ୍ରେସ ସମର୍ଥକମାନେ ଆକ୍ରମଣ କରିଛନ୍ତି। ଯାହାର ଭିଡ଼ିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।

ଅଭିଯୋଗ ଅନୁସାରେ ମତଦାନ କେନ୍ଦ୍ର ନିକଟରେ ଟିଏମସି କର୍ମୀମାନେ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଏନେଇ ଖବର ପାଇବା ପରେ ଶୁଭେନ୍ଦୁ ପୋଲିଂ ବୁଥ୍ କୁ ଯାଇଥିଲେ। ଏହି ସମୟରେ ସେଠାରେ ବିଶୃଙ୍ଖଳା କରୁଥିବା ଟିଏମସି କର୍ମୀ ତାଙ୍କୁ ମାଡ଼ ମାରିଥିଲେ। ନିଜକୁ ବଞ୍ଚାଇବା ପାଇଁ ଜଣେ ସୁରକ୍ଷା କର୍ମୀଙ୍କ ସହ ପାଖରେ ଥିବା ପଡ଼ିଆକୁ ଦୌଡ଼ି ପଳାଇଥିଲେ ଶୁଭେନ୍ଦୁ।

ଏନେଇ ଶୁଭେନ୍ଦୁ କହିଛନ୍ତି ଯେ, କିଛି ପୋଲିଂ ବୁଥରେ ବିଜେପି ଏଜେଣ୍ଟ ମାନଙ୍କୁ ଟିଏମସି କର୍ମୀ ଜବରଦସ୍ତ ବାହାର କରି ଦେଇଥିଲେ। ମୁଁ ଏହା ଜାଣିବା ପରେ ସେଠାକୁ ପ୍ରତିବାଦ କରିବାକୁ ଯାଇଥିଲି। କିନ୍ତୁ ଟିଏମସି ଗୁଣ୍ଡାମାନେ ମୋତେ ଘେରି ମାଡ଼ ମାରିଥିଲେ। ଘଟଣା ସମୟରେ ସେଠାରେ କୌଣସି କେନ୍ଦ୍ରୀୟ ସୁରକ୍ଷା ବାହିନୀ କର୍ମଚାରୀଙ୍କୁ ଦେଖିନଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *