Screenshot 2026 04 23 125051 750x430

ମେ’ ୧୫ରୁ ସିବିଏସଇ ଦଶମ ଶ୍ରେଣୀ ୨ୟ ବୋର୍ଡ଼ ପରୀକ୍ଷା

Spread the love

ଭୁବନେଶ୍ୱର: ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ଦ୍ଵିତୀୟ ବୋର୍ଡ଼ ପରୀକ୍ଷା ତାରିଖ। ମେ’ ୧୫ରୁ ୨୧ ତାରିଖ ଯାଏଁ ଚାଲିବ ପରୀକ୍ଷା। ସକାଳ ୧୦ଟା ୩୦ରୁ ୧ଟା ୩୦ ଯାଏଁ ଚାଲିବ ପରୀକ୍ଷା। ଚଳିତ ବର୍ଷ ପ୍ରଥମ ଥର ସିବିଏସଇ ପକ୍ଷରୁ ଦ୍ଵିତୀୟ ବୋର୍ଡ଼ ପରୀକ୍ଷା ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ବୋର୍ଡ ପ୍ରଥମ ପରୀକ୍ଷା ଶେଷ ହେଇଯାଇଛି। ଯାହାର ଫଳାଫଳ ମଧ୍ୟ ପ୍ରକାଶ ପାଇ ସାରିଛ। ଚଳିତ ବର୍ଷ ଅନେକ ଭଲ ରେଜଲ୍ଟ କରିଛନ୍ତି ଛାତ୍ରଛାତ୍ରୀ।

ଜାତୀୟ ଶିକ୍ଷା ନୀତି (NEP) ର ସୁପାରିଶ ଅନୁସାରେ, ଏହିବର୍ଷ ସିବିଏସଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପରୀକ୍ଷା ପ୍ରଣାଳୀ ଆରମ୍ଭ କରିଛି। ଏହା ଅନୁସାରେ, ପିଲାମାନେ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ଦେବେ। ପ୍ରଥମ ପରୀକ୍ଷା ଫେବୃଆରୀ-ମାର୍ଚ୍ଚ ମାସରେ ହୋଇଥିବାବେଳେ, ଦ୍ୱିତୀୟ ପରୀକ୍ଷା ମେ ମାସରେ ହେବାକୁ ନିର୍ଦ୍ଧାରିତ ହୋଇଛି। ପ୍ରଥମ ପରୀକ୍ଷାକୁ ମୁଖ୍ୟ ପରୀକ୍ଷା ଭାବେ ଗ୍ରହଣ କରାଯାଇଥିବାରୁ, ଛାତ୍ରଛାତ୍ରୀମାନଙ୍କୁ କମ୍ ସେ କମ୍ ତିନୋଟି ବିଷୟରେ ନିଶ୍ଚିତ ଭାବେ ପରୀକ୍ଷା ଦେବାକୁ ପଡିଥିଲା।

ଫଳାଫଳ ପ୍ରକାଶ ପରେ ଛାତ୍ରଛାତ୍ରୀମାନେ ଦ୍ୱିତୀୟ ପରୀକ୍ଷା ପାଇଁ ନିଜ ନାମ ପଞ୍ଜୀକରଣ କରିବାକୁ ପଡ଼ିବ। ଯେଉଁ ପିଲାମାନେ ଏହି ପରୀକ୍ଷାରେ ତାଙ୍କର ସ୍କୋର ବଢାଇବାକୁ ଚାହିଁବେ ସେମାନେ ମେ’ ମାସରେ ହବାକୁ ଥିବା ଦ୍ଵିତୀୟ ବୋର୍ଡ଼ ପରୀକ୍ଷା ଦେଇ ପାରିବେ। ଏହି ପ୍ରକ୍ରିୟା ସମ୍ବନ୍ଧରେ ବିଦ୍ୟାଳୟ ମାଧ୍ୟମରେ ଏକ ସର୍କୁଲାର ଜାରି କରାଯାଇଥିବା ସିବିଏସଇ ପକ୍ଷରୁ କୁହାଯାଇଛି। ତେବେ ପ୍ରଥମ ବୋର୍ଡରେ ଭୁବନେଶ୍ୱରରେ ଥିବା ଅନେକ ବିଦ୍ୟାଳୟର ଉତ୍ତୀର୍ଣ ହାର ୧୦୦ ପ୍ରତିଶତ ଥିବାର ସୂଚନା ମିଳିଛି।

 

Leave a Reply

Your email address will not be published. Required fields are marked *