Death 1024x536

ଖରା ଓ ହିଟ୍‌ ୱେଭକୁ ଦୃଷ୍ଟିରେ ରଖି ମାଲକାନଗିରି ଓ ଗଜପତିରେ ସ୍କୁଲ ଛୁଟି ଘୋଷଣା

Spread the love

ମାଲକାନଗିରି: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନକୁ ଦିନ ଖରା ବଢିବା ଯୋଗୁଁ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି। ତେଣୁ ପ୍ରବଳ ଖରା ଓ ହିଟ୍‌ ୱେଭକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାରେ ଆସନ୍ତା ୪ ଦିନ ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି। ୨୨,୨୩, ୨୪ ଓ ୨୫ ତାରିଖରେ ସ୍କୁଲ୍‌ ଛୁଟି ନିର୍ଦ୍ଦେଶ ଦିଆଯାଇଛି। ଶିଶୁ ବାଟିକା ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସ୍କୁଲ୍‌ ଛୁଟି ରହିବ। କିନ୍ତୁ ପଞ୍ଚମ ଓ ଅଷ୍ଟମ ସପ୍ଲିମେଣ୍ଟାରୀ ପରୀକ୍ଷା ଜାରି ରହିବ। ଅନ୍ୟ ବୋର୍ଡ ପରୀକ୍ଷା ଓ ଜନଗଣନା ମଧ୍ୟ ଚାଲିବ। ଶିକ୍ଷକ ଓ କର୍ମଚାରୀ ମାନଙ୍କ ପାଇଁ ସକାଳ ସାଢେ ୬ଟାରୁ ୧୦ଟା ୩୦ ଯାଏଁ ସ୍କୁଲ୍ ଖୋଲା ରହିବ। ସେପଟେ ଗଜପତି ଜିଲ୍ଲାରେ ମଧ୍ୟ ୨୨ରୁ ୨୪ ତାରିଖ ଯାଏଁ ସବୁ ସ୍କୁଲ ଛୁଟି ଘୋଷଣା ହୋଇଛି। ଶିଶୁ ବାଟିକାରୁ ଦ୍ବାଦଶ ଶ୍ରେଣୀ ଯାଏ ସବୁ ସ୍କୁଲ ଛୁଟି ରହିବ। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ପରୀକ୍ଷା ଅନୁଷ୍ଠିତ ହେବା ନେଇ ସୂଚନା ରହିଛି।

Leave a Reply

Your email address will not be published. Required fields are marked *