Pratik misra 1 e1776772603474 300x219

ଟଙ୍କା ଦାବି କରି ପୁରୀ ବିଧାୟକ ଓ ସାଂସଦଙ୍କୁ ଧମକପୂର୍ଣ୍ଣ ମେସେଜ: ଅଭିଯୁକ୍ତ ଗିରଫ

Spread the love

ପୁରୀ :  ପୁରୀ ବିଧାୟକ ଓ ସାଂସଦଙ୍କୁ ଧମକପୂର୍ଣ୍ଣ ମେସେଜ ପଠାଇ ଟଙ୍କା ଦାବି ମାମଲାରେ ଅଭିଯୁକ୍ତ ପ୍ରତୀକ ମିଶ୍ର ଗିରଫ । ପ୍ରତୀକକୁ ଅନୁଗୁଳରୁ ଗିରଫ କଲା ପୋଲିସ । ତା ନାଁରେ ପୂର୍ବରୁ ପୁରୀ ଓ କେନ୍ଦ୍ରାପଡ଼ା ର ବିଭିନ୍ନ ଥାନାରେ ମାମଲା ରହିଛି । ନିଜେ ଧମକ ଦେଇଥିବା ମେସେଜ ନିଜେ ଭାଇରାଲ କରୁଥିଲା ।  ପୋଲିସକୁ ଚକମା ଦେବା ପାଇଁ ଅନ୍ୟ ନାଁରେ ସିମ୍ କାର୍ଡ ବ୍ୟବହାର କରୁଥିଲ ।

ବିଧାୟକ ଓ ଏମପିଙ୍କ ସହ ପୁରୀର ବିଭିନ୍ନ ମଠ,ମନ୍ଦିରକୁ କ୍ଷତି ପହଞ୍ଚାଇବା ପାଇଁ ମଧ୍ୟ ଧମକ ଦେଇଥିଲା ଅଭିଯୁକ୍ତ । ବଲାଙ୍ଗୀର ,ଝାରସୁଗୁଡ଼ା ସହ ବିଭିନ୍ନ ସ୍ଥାନ ବଦଳାଇ ଭିନ୍ନ ଭିନ୍ନ ସ୍ଥାନରୁ ମେସେଜ ପଠାଉଥିଲା ।  ଅଲଗା ଅଲଗା ସିମ ଯୋଗେ ବିଭିନ୍ନ ଯୁବତୀଙ୍କ ନାଁ ବ୍ୟବହାର କରି ଏଭଳି ଧମକପୂର୍ଣ୍ଣ ମେସେଜ ଦେଉଥିଲା। ଗତ ଜାନୁୟାରୀ ୨୧ ତାରିଖରେ ଫେସବୁକରେ ଧମକପୂର୍ଣ୍ଣ ପୋଷ୍ଟର ଘଟଣାରେ ଗିରଫ ହୋଇଥିଲା ବାସେଳୀ ସାହି ଥାନା ନୀଳାଦ୍ରି ବିହାର ଅଞ୍ଚଳର ପ୍ରତୀକ ମିଶ୍ର।

ଜୁଲି ରାଣୀ ପଣ୍ଡା ନାମକ ମହିଳାଙ୍କୁ ଏକତରଫା ପ୍ରେମ କରି ବିଫଳ ହୋଇଥିଲେ ।  ପ୍ରତିଷୋଧ ନେବାକୁ ଜାନୁୟାରୀ ୧୧ ତାରିଖରେ ତାଙ୍କ ନାଁରେ ଫେସବୁକଫେକ୍ ଆକାଉଣ୍ଟ ଖୋଲି ଶ୍ରୀମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଥିଲେ ।  ପୁରୀ ଜଗନ୍ନାଥ ମନ୍ଦିରରେ ଖୁବ ଶୀଘ୍ର ବୋମା ପଡିବ। ଖୁବଶୀଘ୍ର ରାଜ୍ୟ ସଭା ସାଂସଦ ସୁଭାଶିଷ ଖୁଣ୍ଟିଆକୁ ଗୁଳି ମାଡ ହେବ ଏବଂ ପୁରୀ ଗ୍ରାଣ୍ଡ ସେଣ୍ଟରରେ ଗୁଳି ଫୁଟେଇବୁ ବୋଲି ଧମକପୂର୍ଣ୍ଣ ମେସେଜ ଦେଇଥିଲେ ପ୍ରତୀକ।

Leave a Reply

Your email address will not be published. Required fields are marked *