ଖୁଡିକୁ ଠେଙ୍ଗାରେ ପିଟି ହତ୍ୟା, ବନ୍ଧା ହେଲା ଅଭିଯୁକ୍ତ ପୁତୁରା
ପାଟଣା:ପାଟଣା ବ୍ଲକ ଅନ୍ତର୍ଗତ ଘଟଗାଁ ଥାନା ରୁଢ଼ିଆପଡା ଗ୍ରାମ ଖଡିବେଡା ସାହିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ପୁତୁରା ବିଦ୍ୟାଧର ମହାନ୍ତ(୫୬)ଙ୍କ ଆକାଶିଆ କାଠ ଠେଙ୍ଗା ମାଡରେ ଖୁଡ଼ି ସ୍ବର୍ଗତ ରାଜୁ ମହାନ୍ତଙ୍କ ପତ୍ନୀ କୌଶଲ୍ୟା ମହାନ୍ତ ମହାନ୍ତ(୫୮)ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଠେଙ୍ଗା ମାଡରେ କୌଶଲ୍ୟା ଅଚେତ୍ ହୋଇ ପଡିଯିବା ପରେ ତାଙ୍କ ଛାତିକୁ ୧୦ ରୁ ୧୨ ପାହାର ଦେବା ଫଳରେ କୌଶଲ୍ୟାଙ୍କ ବାମପଟ ଛାତି ପଞ୍ଜରା ଖଣ୍ଡ ଖଣ୍ଡ ହୋଇ ପ୍ରବଳ ରକ୍ତ ସ୍ରାବ ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ସାଇଣ୍ଟିଫିକ ଫରେନସିକ ଟିମ ଘଟଣା ସ୍ଥଳକୁ ଯାଇ ଅଧିକ ତଦନ୍ତ ଜାରି ରଖିଛନ୍ତି। ସେପଟେ ମୃତ ମହିଳାଙ୍କ ପୁଅ ସଞ୍ଜୟ କୁମାର ମହାନ୍ତ ଙ୍କ ଏତଲା କ୍ରମେ ଅଭିଯୁକ୍ତ ବିଦ୍ୟାଧରକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଆକ୍ରମଣ ରେ ବ୍ୟବହୃତ ଠେଙ୍ଗା କୁ ପୁଲିସ ଜବତ କରିଛି।
