Minister c

ଜଙ୍ଗଲ ବିଭାଗର ଥାର କିଣା ଘୋଟାଲା ପ୍ରସଙ୍ଗ; ଦୋଷୀ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

Spread the love

ଭୁବନେଶ୍ୱର : ଥାର୍ କିଣାରେ ଘୋଟାଲା? ୧୨ କୋଟିର ହିସାବ ମାଗିଲେ ସରକାର ! ଗାଡ଼ି କିଣା ୭ କୋଟି, ସଜାଇବା ଖର୍ଚ୍ଚ ୫ କୋଟି ! ଟଙ୍କା କେଉଁଠି ଗଲା ? ଓଡ଼ିଶା ଜଙ୍ଗଲ ବିଭାଗ ଦ୍ୱାରା ୫୧ଟି ମହିନ୍ଦ୍ରା ଥାର୍ କିଣା ଏବଂ ସେଗୁଡ଼ିକୁ ସଜାଇବା ପାଇଁ ହୋଇଥିବା ବିପୁଳ ଖର୍ଚ୍ଚ ଏବେ ସନ୍ଦେହ ଘେରରେ । ପ୍ରାୟ ୧୨ କୋଟି ଟଙ୍କାର ଏହି ଖର୍ଚ୍ଚରେ ଅନିୟମିତତା ଅଭିଯୋଗ ହେବା ପରେ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଅଡିଟ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗୋଟିଏ ଗାଡ଼ିର ମୂଲ୍ୟ ସହିତ ସମାନ ପରିମାଣର ଟଙ୍କା କେବଳ ତାହାକୁ ସଜାଇବାରେ ଖର୍ଚ୍ଚ ହୋଇଥିବାରୁ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜଙ୍ଗଲ ଏବଂ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଏହି ଗାଡ଼ିଗୁଡ଼ିକରେ ହେଭି-ଡ୍ୟୁଟି ବମ୍ପର, ସ୍ନୋରକେଲ୍ , ରୁଫ୍ ର଼୍ୟାକ୍, ସ୍ୱତନ୍ତ୍ର ଲାଇଟ୍ ଏବଂ କ୍ୟାମେରା ଲଗାଯାଇଛି ।

ତେବେ ଏତେ ପରିମାଣର ଅର୍ଥ ଖର୍ଚ୍ଚ କରିବା ପାଇଁ ଅର୍ଥ ବିଭାଗର ଅନୁମତି ନିଆଯାଇଛି କି ନାହିଁ ଏବଂ ଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା ଅଛି କି ନାହିଁ, ତାହାର ଯାଞ୍ଚ କରିଛନ୍ତି CAG । କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ସଚିବଙ୍କୁ CAG ଚିଠି ଲେଖିଛନ୍ତି । ବିରୋଧୀ ଦଳ ଏହାକୁ ଏକ ବଡ଼ ଦୁର୍ନୀତି ବୋଲି ଦର୍ଶାଇ କହିଛନ୍ତି ଯେ ଜନସାଧାରଣଙ୍କ ଟଙ୍କାର ଅପବ୍ୟବହାର କରାଯାଇଛି। ଅନ୍ୟପଟେ ଜଙ୍ଗଲ ବିଭାଗ କହିଛି ଯେ ଦୁର୍ଗମ ଜଙ୍ଗଲ ଭିତରେ ବନ୍ୟପ୍ରାଣୀ ଶିକାରୀଙ୍କୁ ରୋକିବା ପାଇଁ ଏହିଭଳି ଶକ୍ତିଶାଳୀ ଗାଡ଼ିର ଆବଶ୍ୟକତା ରହିଛି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ କହିଛନ୍ତି ଯିଏ ବି ଦୋଷୀ ଛଡ଼ା ଯିବନି ।

Leave a Reply

Your email address will not be published. Required fields are marked *