Prime minister narendra modi and us president donald trump 273752956 16x9 0 300x169

ମୋଦୀ-ଟ୍ରମ୍ପଙ୍କ ମଧ୍ୟରେ ୪୦ ମିନିଟର ବାର୍ତ୍ତାଳପ: ଯୁଦ୍ଧ ପରିସ୍ଥିତି ଓ ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କ ନେଇ ଆଲୋଚନା

Spread the love

ନୂଆଦିଲ୍ଲୀ: ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ୪୦ ମିନିଟ୍ ଧରି ଫୋନ୍ ମାଧ୍ୟମରେ ଆଲୋଚନା ହୋଇଥିଲା। ଏହି ଆଲୋଚନା ସମୟରେ ପଶ୍ଚିମ ଏସିଆ ସଙ୍କଟ ଏବଂ ହର୍ମୁଜ୍ ପ୍ରଣାଳୀ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଯୁଦ୍ଧବିରତି ଏବଂ ଆମେରିକା-ଇରାନ ଆଲୋଚନା ବିଫଳ ହେବା ପରେ ଏହା ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ଆଲୋଚନା ଥିଲା। ପ୍ରଧାନମନ୍ତ୍ରୀ ମୋଦୀ ସ୍ପଷ୍ଟ କରିଛନ୍ତି ଯେ ଭାରତ ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଉତ୍ତେଜନା ହ୍ରାସ ଏବଂ ଶୀଘ୍ର ଶାନ୍ତି ପ୍ରତିଷ୍ଠାକୁ ପୂର୍ଣ୍ଣ ସମର୍ଥନ କରେ । ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଖୁବ୍ ଶୀଘ୍ର ଭାରତ ଗସ୍ତରେ ଆସିବେ ବୋଲି ମୋଦୀଙ୍କୁ କହିଛନ୍ତି ଟ୍ରମ୍ପ। ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋରଙ୍କ ସୂଚନା ଅନୁଯାୟୀ କେବଳ ଯୁଦ୍ଧ ପରିସ୍ଥିତି ନୁହେଁ ବରଂ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ସମ୍ପର୍କ ଉପରେ ମଧ୍ୟ ଉଭୟ ନେତା ବିସ୍ତାର ଭାବେ ଆଲୋଚନା କରିଛନ୍ତି । ଯୁଦ୍ଧବିରତି ପରେ, ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ହୋଇଥିଲା, କିନ୍ତୁ ଅନେକ ପ୍ରସଙ୍ଗରେ ସହମତି ଅଭାବରୁ ତାହା ବିଫଳ ହୋଇଥିଲା। ଆମେରିକା ଏବଂ ଇରାନର ପ୍ରତିନିଧିମାନେ ଇସଲାମାବାଦରେ ପ୍ରାୟ ୨୧ ଘଣ୍ଟା ଧରି ଆଲୋଚନା କରିଥିଲେ ।  କିନ୍ତୁ କୌଣସି ସମାଧାନ ହୋଇପାରିନଥିଲା ଏବଂ ଆଲୋଚନା ବିଫଳ ହୋଇଥିଲା।

Leave a Reply

Your email address will not be published. Required fields are marked *