Images (3)

ପ୍ରଚାର ବେଳେ ବିଜେପି ଟିଏମସି କର୍ମୀ ମୁହାଁମୁହିଁ

Spread the love

କୋଲକତା: ପଶ୍ଚିମବଙ୍ଗ ନିର୍ବାଚନକୁ ଦିନ ଏତିକି ପାଖେଇ ଆସୁଛି,ସେତିକି ନିର୍ବାଚନୀ ଉଷ୍ମତା ବଢ଼ିବାରେ ଲାଗିଛି। ହୁଗୁଳି ଜିଲ୍ଲାରେ ପ୍ରଚାର ସମୟରେ ଟିଏମସି ଏବଂ ବିଜେପି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟିଛି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଭୋଟ୍ ପାଇଁ ଦୁଇ ସପ୍ତାହରୁ କମ୍ ସମୟ ବାକି ଅଛି। ସାରା ରାଜ୍ୟରେ ରାଜନୈତିକ ପ୍ରଚାର ଜୋରଦାର ହୋଇଛି। ଶୀର୍ଷ ନେତା ଓ ପ୍ରାର୍ଥୀ ମାନେ ଶୋଭାଯାତ୍ରା ଏବଂ ରୋଡ୍ ଶୋ ମାଧ୍ୟମରେ ଭୋଟରଙ୍କୁ ସମ୍ବୋଧିତ କରୁଛନ୍ତି। ତେବେ ଏହାରି ମଧ୍ୟରେ ଶାସକ ତୃଣମୂଳ କଂଗ୍ରେସ ଓ ବିରୋଧୀ ଭାରତୀୟ ଜନତା ପାର୍ଟିର କର୍ମୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି। ଶୁକ୍ରବାର ନିର୍ବାଚନ ପ୍ରଚାର ସମୟରେ ହୁଗୁଳି ଜିଲ୍ଲା ପୁରସୁରା ନିର୍ବାଚନମଣ୍ଡଳୀ ଉଭୟ ଗୋଷ୍ଠୀ ହାତାହାତି ହୋଇଥିବା ଦେଖିବାକୁ ମିଳିଥିଲା। ଏନେଇ ବିଜେପି ପ୍ରାର୍ଥୀ ବିମନ ଘୋଷ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି। ଏହି ସଂଘର୍ଷରେ ଚାରି ଜଣ ବିଜେପି କର୍ମୀ ଆହତ ହୋଇଥିବା ସେ ଏତଲାରେ ଦର୍ଶାଇଛନ୍ତି।୨୯୪ ସଦସ୍ୟ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ପାଇଁ ୨୩ ଓ ୨୯ ଏପ୍ରିଲରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ମତଦାନ ହେବ ଏବଂ ୪ ମେ ରେ ଗଣନା କରାଯିବ।

Leave a Reply

Your email address will not be published. Required fields are marked *