06bbs 34 06042026 112 2026 04 06 20 49 59

ଆସାମରେ ମୋଦୀଙ୍କ ମାରାଥନ ପ୍ରଚାର

Spread the love

କୋଲକାତା: ବିଧାନସଭା ନିର୍ବାଚନକୁ ନେଇ ଦେଶରେ ରାଜନୀତି ଚଳଚଞ୍ଚଳ ଥିବାବେ‌ଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆସାମରେ ମାରାଥନ ପ୍ରଚାର କରିଛନ୍ତି। ମୋଦୀ ଆସାମରେ ସୋମବାର ତିନିଟି ନିର୍ବାଚନ ରାଲିକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଆସାମର ପ୍ରତି ଜିଲ୍ଲା ଓ ଅଞ୍ଚଳର ବିକାଶ ତାଙ୍କ ଦଳ ଓ ମେଣ୍ଟର ପ୍ରାଥମିକତା। ଆଜି ଅପରାହ୍ଣରେ ଆସାମର ହୋଜାଇରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ମୋଦୀ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ କାର୍ଯ୍ୟକାଳରେ ଆସାମ ବିକାଶରୁ ବଞ୍ଚିତ ହୋଇଥିଲା ଏବଂ କଂଗ୍ରେସ ମୁଖ୍ୟତଃ ନିଜ ସ୍ୱାର୍ଥ ପାଇଁ କାମ କରୁଥିଲା। ସେ କହିଛନ୍ତି, ଯେତେବେଳେ ବିଜେପି ଦାୟିତ୍ୱ ଗ୍ରହଣ କରିଲା, ସେତେବେଳେ ରାଜ୍ୟର ଭିତ୍ତିଭୂମି ଏବଂ ସାମଗ୍ରିକ ଅବସ୍ଥା ଖୁବ୍‌ ଖରାପ ଥିଲା।
ବିଦ୍ୟୁତ୍ କ୍ଷେତ୍ରରେ ପ୍ରଗତି ଉପରେ ଆଲୋକପାତ କରି ମୋଦୀ କହିଛନ୍ତି ଯେ, ଆସାମ ପୂର୍ବରୁ ବିଦ୍ୟୁତ୍ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା, ଏବେ ବିଦ୍ୟୁତ୍ ଉତ୍ପାଦନରେ ଏହା ଏକ ମଡେଲ ଭାବରେ ଉଭା ହୋଇଛି। ଏହାପୂର୍ବରୁ ବାରପେଟାରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବିଜେପି ଲଗାତାର ତୃତୀୟ ଥର ପାଇଁ ଆସାମରେ ସରକାର ଗଠନ କରିବ ବୋଲି ଆଶା ପ୍ରକାଶ କରିଥିଲେ। ଦିବ୍ରୁଗଡ଼ରେ ମଧ୍ୟ ମୋଦୀଙ୍କୁ ଆଉ ରାଲିକୁ ସମ୍ବୋଧିତ କରିଥିଲେ।
ରବିବାର ମୋଦୀ ପଶ୍ଚିମବଙ୍ଗର କୁଚବିହାରରେ ଏକ ରାଲିକୁ ସମ୍ବୋଧିତ କରିଥିଲେ। ଏଠାରେ ମୋଦୀ ପଶ୍ଚିମବଙ୍ଗ ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଥିଲେ ଯେ, ରାଲିରେ ଏତେସଂଖ୍ୟକ ଲୋକଙ୍କ ଯୋଗଦାନ ପ୍ରମାଣିତ କରିଦେଉଛି ଯେ, ତୃଣମୂଳ କଂଗ୍ରେସ ସମୟ ଶେଷ ହୋଇଗଲାଣି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଟିଏମ୍‌ସି ସରକାର ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥାର ଅନ୍ତିମ ସଂସ୍କାରରେ ଲାଗି ପଡ଼ିଛି।

Leave a Reply

Your email address will not be published. Required fields are marked *