Screenshot 2026 03 06 101545

ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ: ଜଣେ ଗୁରୁତର

Spread the love

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଆନନ୍ଦପୁର ଗ୍ରାମର ମୁଦୁଲି ସାହିରେ ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଘଟିଥିବା ଖବର ମିଳିଛି। ବେହେରା ସାହି ଓ ତନ୍ତୀ ସାହିର ପ୍ରାୟ ୩୦ଟି ପରିବାରର ୧୦୦ରୁ ଅଧିକ ଗ୍ରାମବାସୀ ଏକତ୍ରିତ ହୋଇ ମୁଦୁଲି ସାହିର ଏକ ପରିବାର ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ଆନନ୍ଦପୁର ଗ୍ରାମର ରାମକୃଷ୍ଣ ମୁଦୁଲି (ପିତା–ଭଗବାନ ମୁଦୁଲି), ତାଙ୍କ ଧର୍ମପତ୍ନୀ ସାବିତ୍ରୀ ମୁଦୁଲି ଓ ଦୁଇ ଝିଅ ଦିପ୍ତିମୟୀ ଏବଂ ଶୁଭଲକ୍ଷ୍ମୀ ଏହି ଆକ୍ରୋଶର ଶିକାର ହୋଇଛନ୍ତି। ଆକ୍ରମଣରେ ସାବିତ୍ରୀ ମୁଦୁଲି ଗୁରୁତର ଭାବେ ଆହତ ହୋଇ ସତ୍ୟବାଦୀ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି।

ଉତ୍ୟକ୍ତ ଲୋକମାନେ ମୁଦୁଲି ପରିବାରର ମୋଟରସାଇକେଲ ଓ ମାଲବୁହା ଗାଡ଼ିକୁ ଭାଙ୍ଗି ଦେଇଥିବା ସହ ଘରର ଆଜବେଷ୍ଟସକୁ ମଧ୍ୟ ବାଡ଼େଇ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଏନେଇ ସତ୍ୟବାଦୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

 

Leave a Reply

Your email address will not be published. Required fields are marked *