Shutterstock 2265302181 u2vjkhv

AI ନ ଶିଖିଲେ ଛାଡ଼ିବାକୁ ହେବ ଚାକିରି

Spread the love

ନୂଆଦିଲ୍ଲୀ: ଟେକ୍ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଣିକି କମ୍ପାନୀରେ ରହିବାକୁ ହେଲେ AI ବା କୃତ୍ରିମ ବୁଦ୍ଧିମତାକୁ ଆପଣେଇବାକୁ ହେବ, ନଚେତ୍ ସମ୍ମାନର ସହ ବିଦାୟ ନେବାକୁ ପଡ଼ିବ। ନିଜ କର୍ମଚାରୀଙ୍କୁ ଏମିତି କିଛି କଡ଼ା ଚେତାବନୀ ଦେଇଛି ସର୍ଚ୍ଚ ଇଞ୍ଜିନ ଜିଆଣ୍ଟ ‘ଗୁଗଲ୍’। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ଯୁଗରେ ଏବେ ବଡ଼ ପରିବର୍ତ୍ତନ ପାଇଁ ଅଣ୍ଟା ଭିଡ଼ିଛି ଗୁଗଲ୍। ଗୁଗଲ୍‌ର ଚିଫ୍ ବିଜନେସ୍ ଅଫିସର ଫିଲିପ୍ ଶେଣ୍ଡଲର୍ ସ୍ପଷ୍ଟ କରିଛନ୍ତି ଯେ, କମ୍ପାନୀ ଏବେ କେବଳ ସେହିମାନଙ୍କ ସହ ଆଗକୁ ବଢ଼ିବ ଯେଉଁମାନେ ‘AI-First’ ମିଶନ ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ ।

ଫିଲିପ୍ ଶେଣ୍ଡଲର୍ ଏକ ଆଭ୍ୟନ୍ତରୀଣ ମେମୋରେ ଲେଖିଛନ୍ତି ଯେ, ୨୦୨୫ର ସଫଳତା ପରେ କମ୍ପାନୀ ଶକ୍ତିଶାଳୀ ସ୍ଥିତିରେ ଅଛି। କିନ୍ତୁ ବର୍ତ୍ତମାନର ବଜାର ଅତ୍ୟନ୍ତ ଗତିଶୀଳ ଏବଂ ପ୍ରତିଯୋଗିତାମୂଳକ। ଯେଉଁ କର୍ମଚାରୀମାନେ ଏହି ଦ୍ରୁତ ପରିବର୍ତ୍ତନ ସହ ନିଜକୁ ଖାପଖୁଆଇ ପାରୁନାହାନ୍ତି, ସେମାନଙ୍କ ପାଇଁ ସ୍ୱେଚ୍ଛାକୃତ ଭାବେ କମ୍ପାନୀ ଛାଡ଼ିବାକୁ ବିକଳ୍ପ ଦିଆଯାଇଛି ।
ଗୁଗଲ୍ ଚାହୁଁଛି ବିନା କୌଣସି ଜବରଦସ୍ତି ଛଟେଇରେ ନିଜର କାର୍ଯ୍ୟବଳକୁ ଭବିଷ୍ୟତର ଆହ୍ୱାନ ପାଇଁ ପ୍ରସ୍ତୁତ କରିବାକୁ ହେବ । ଯେଉଁମାନେ AI ଉପରେ ଗୁରୁତ୍ୱ ଦେବେ ନାହିଁ, ସେମାନଙ୍କୁ କମ୍ପାନୀ ଏକ ନିର୍ଦ୍ଦିଷ୍ଟ ପ୍ୟାକେଜ୍ ଦେଇ ବିଦାୟ କରିଦେବାର ବ୍ୟବସ୍ଥା କରିଛି।

ତେବେ ଗୁଗଲ୍‌ର ଏହି ନିଷ୍ପତ୍ତିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଆଗାମୀ ଦିନରେ କେବଳ ସେହିମାନେ ହିଁ ତିଷ୍ଠି ରହିବେ ଯେଉଁମାନେ ନିଜକୁ ବୈଷୟିକ ଜ୍ଞାନକୌଶଳ ସହ ଅପଡେଟ୍ ରଖିବେ।

 

Leave a Reply

Your email address will not be published. Required fields are marked *