Lokseva bhawan 2026 10 05 20 27 51

OAS ସ୍ତରରେ ବଡ଼ ଅଦଳବଦଳ, ଗୋଟିଏ ଦିନରେ ୨୭ ଅଧିକାରୀଙ୍କ ବଦଳି

Spread the love

ଭୁବନେଶ୍ବର:  ରାଜ୍ୟ ସରକାର ଆଜି (ସୋମବାର) ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଗୋଟିଏ ଦିନରେ ୨୭ଜଣ ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି।  ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ କାର୍ଯ୍ୟାଳୟର ଅତିରିକ୍ତ କମିସନର ଶୁଭାଶିଷ ମାନସିଂହଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି।

ସେହିପରି ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ବିବେକାନନ୍ଦ ସାହୁଙ୍କୁ ରାଜସ୍ବ ପର୍ଷଦ ସଦସ୍ୟଙ୍କ ଅଧୀନସ୍ଥ ଅତିରିକ୍ତ ସଂଶୋଧନ ଅଦାଲତ, ଭୁବନେଶ୍ବରର ଅତିରିକ୍ତ କମିସନର, ଯାଜପୁର ଡେପୁଟି କଲେକ୍ଟର ବାସୁଦେବ ନାୟକଙ୍କୁ କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ କାର୍ଯ୍ୟାଳୟର ଅତିରିକ୍ତ କମିସନର (ବନ୍ଦୋବସ୍ତ ଓ ଚକବନ୍ଦୀ), ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ, ରାଜସ୍ବ ପର୍ଷଦ ସଦସ୍ୟଙ୍କ ଅଧୀନସ୍ଥ ଅତିରିକ୍ତ ସଂଶୋଧନ ଅଦାଲତ, ଭୁବନେଶ୍ବରର ଅତିରିକ୍ତ କମିସନର ଆଶୁତୋଷ ସାମଲଙ୍କୁ ଓଡ଼ିଶା ମାନବାଧିକାର ଆୟୋଗ ସଚିବ, ପର୍ଯ୍ୟଟନ ବିଭାଗ ଅତିରିକ୍ତ ସଚିବ ସରୋଜ କୁମାର ସ୍ବାଇଁଙ୍କୁ କଟକ ଉନ୍ନୟନ କର୍ତ୍ତୃପକ୍ଷ ସଚିବ, ଅନୁଗୋଳ ଉପଜିଲ୍ଲାପାଳ ମାୟାଧାର ବେ‌େହରାଙ୍କୁ ଅନୁଗୋଳର ଅତିରିକ୍ତ ଜିଲ୍ଲାପାଳ, ବଣାଇଗଡ଼ର ପୂର୍ବତନ ଉପଜିଲ୍ଲାପାଳ ଅଶୋକ କୁମାର ଦାସଙ୍କୁ ଉଚ୍ଚଶିକ୍ଷା ବିଭାଗର ଉପସଚିବ, ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ାଙ୍କୁ ପର୍ଯ୍ୟଟନ ବିଭାଗର ଉପସଚିବ, ପାରଳାଖେମୁଣ୍ଡି ପୂର୍ବତନ ଉପଜିଲ୍ଲାପାଳ ଅନୁପ ପଣ୍ଡାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପସଚିବ ଭାବେ ବଦଳି କରାଯାଇଛି।

ଦେବଗଡ଼ ଉପଜିଲ୍ଲାପାଳ ପରୀକ୍ଷିତ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଉପସଚିବ, ରେଢ଼ାଖୋଲ ପୂର୍ବତନ ଉପଜିଲ୍ଲାପାଳ ରଶ୍ମିରଂଜନ ମହାନ୍ତଙ୍କୁ ଦେବଗଡ଼ ଉପଜିଲ୍ଲାପାଳ, ଭବାନୀପାଟଣା ପୂର୍ବତନ ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ାଙ୍କୁ ପାନ‌େପାଷର ଉପଜିଲ୍ଲାପାଳ, ବରଗଡ଼ ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ କିଶୋର କୁମାର ପଣ୍ଡାଙ୍କୁ ନୟାଗଡ଼ ଉପଜିଲ୍ଲାପାଳ, ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଉପସଚିବ, ଜୟପୁର ପୂର୍ବତନ ଉପଜିଲ୍ଲାପାଳ ଯଦୁମଣି ନାଏକଙ୍କୁ ବୌଦ୍ଧ ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ, ତାଳଚେର ପୂର୍ବତନ ଉପଜିଲ୍ଲାପାଳ ଆଶିଷ ରଂଜନ ସାହୁଙ୍କୁ ଅନୁଗୋଳର ଉପଜିଲ୍ଲାପାଳ, କୋରାପୁଟ ପୂର୍ବତନ ଉପଜିଲ୍ଲାପାଳ ପ୍ରେମଲାଲ ହିଆଲଙ୍କୁ ଓଡ଼ିଶା ୟୁନିଫର୍ମଡ ସର୍ଭିସେସ୍‌ ଷ୍ଟାଫ୍ ସିଲେକ୍ସନ କମିସନର ଉପସଚିବ, କପ୍ତିପଦା ଉପଜିଲ୍ଲାପାଳ ପ୍ରଣୟ ରଞ୍ଜନ ବେହେରାଙ୍କୁ ବାରିପଦା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଭାବେ ବଦଳି ହୋଇଛି।

ଫକିରମୋହନ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ରେଜିଷ୍ଟ୍ରାର ମନୋରମା ଭୂୟାଁଙ୍କୁ କଟକସ୍ଥିତ ଜମି ରେକର୍ଡସ ଏବଂ ସେଟେଲମେଣ୍ଟ କମିସନରଙ୍କ କାର୍ଯ୍ୟାଳୟର ଅତିରିକ୍ତ କମିସନର, ସାନଖେମୁଣ୍ଡି ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ କଳାହାଣ୍ଡି ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କୁ ବିଏମ୍‌ସିର ଅତିରିକ୍ତ କମିସନର, ବିଏମ୍‌ସିର ଅତିରିକ୍ତ କମିସନର କୈଳାଶ ଚନ୍ଦ୍ର ଦାସଙ୍କୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ, କାଶୀନଗର ବିଡିଓ ଡମ୍ବୁରୁଧର ମଲ୍ଲିକଙ୍କୁ ବଲାଙ୍ଗୀରର ଅତିରିକ୍ତ ଜିଲ୍ଲାପାଳ, ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କୁ ଓବିସିସିର ସାଧାରଣ ପ୍ରବନ୍ଧକ, ପୁରୀ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ କୁମାର ବେହେରାଙ୍କୁ ଉଦଳା ଉପଜିଲ୍ଲାପାଳ, କେନ୍ଦୁଝର ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଡି.ଏସ୍ ଶୁଭଦର୍ଶୀ ଯୋଶୀଙ୍କୁ ଚମ୍ପୁଆ ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି। ଏନେଇ ଆଜି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ପୃଥକ ପୃଥକ ୪ଟି ବିଜ୍ଞପ୍ତି ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *