Accident 3 1 300x169

ପିକ୍-ଅପକୁ ଧକ୍କା ଦେଲା କାର; ଚାଲିଗଲା ଗୋଟିଏ ପରିବାରର ୭ ଜୀବନ

Spread the love

ନୂଆଦିଲ୍ଲୀ: ରାଜସ୍ଥାନର ଫତେପୁର ଶେଖାବତୀରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଏଥିରେ ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ୫୨ ନଂ ଜାତୀୟ ରାଜପଥର ହର୍ସଭା ଗାଁ ନିକଟରେ ଏଭଳି ହୃଦୟା ବିଦାରକ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଦ୍ରୁତ ଗତିରେ ଯାଉଥିବା କାରଟି ପ୍ରଥମେ ଏକ ପିକ୍-ଅପ୍ ଗାଡ଼ିକୁ ଧକ୍କା ଦେଇଥିଲା। ଏବଂ ପରେ ସମ୍ମୁଖରୁ ଆସୁଥିବା ଏକ ଟ୍ରକ୍ ସହିତ ଧକ୍କା ହୋଇଥିଲା। ଦୁର୍ଘଟଣାଟି କାରଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜ୍ଜି ଚୁରମାର ହୋଇଯାଇଛି। ଦୁର୍ଘଟଣାରେ ଶାଶୁ, ତାଙ୍କ ୫ ଜଣ ବୋହୂ ଏବଂ ଝିଅଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

କାରର ଡ୍ରାଇଭର ଏବଂ ଜଣେ ଯୁବତୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତ ମୃତକ ଫତେପୁର ସଦର ଥାନା ରଘୁନାଥପୁରା ଗାଁର ବୋଲି ଜଣାପଡିଛି। ସମସ୍ତେ ଗୋଟିଏ ପରିବାରର ଥିଲେ। ପୁରା ପରିବାର ଏକାଠି ଲକ୍ଷ୍ମଣଗଡ଼ ଯାଇଥିଲା। ସେଠାରେ ଏକ ଶେଷକୃତ୍ୟରେ ଯୋଗ ଦେବା ପରେ, ପରିବାର ଲୋକେ ସନ୍ଧ୍ୟା ପ୍ରାୟ ଚାରିଟା ବେଳେ ଗାଁକୁ ଫେରୁଥିଲେ। ସେତେବେ​‌ଳେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି।

Leave a Reply

Your email address will not be published. Required fields are marked *