7 3 e1767627150179 300x218

ଆଜିଠୁ ଦିଲ୍ଲୀ ବିଧାନସଭାର ଶୀତକାଳୀନ ଅଧିବେଶନ; ପ୍ରଦୂଷଣକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

Spread the love

ନୂଆଦିଲ୍ଲୀ: ଆଜିଠୁ ଦିଲ୍ଲୀ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଏହି ଅଧିବେଶନର ପ୍ରଥମ ଦିନରେ ବିରୋଧୀ ଦଳ ପ୍ରଦୂଷଣକୁ ନେଇ ସରକାରଙ୍କୁ ଘେରିବା ସହ ଗୃହରେ ପ୍ରବଳ ହଙ୍ଗାମା କରିଥିଲେ। ହଙ୍ଗାମା ଏତେ ତୀବ୍ର ହୋଇଥିଲା ଯେ ବାଚସ୍ପତିଙ୍କୁ ଆପର ବିଧାୟକଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନେଇଛନ୍ତି । ବାଚସ୍ପତି ଚାରି ଜଣ ଆପ୍‌ ବିଧାୟକଙ୍କୁ ତିନି ଦିନ ପାଇଁ ନିଲମ୍ବିତ କରିଛନ୍ତି। ବିଧାନସଭାକୁ ମଧ୍ୟ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

ଉଲ୍ଲେଖନୀୟ ଯେ ଦିଲ୍ଲୀରେ ପ୍ରଦୂଷଣ କିଛି ମାସ ଧରି ଆଲୋଚନାର ବିଷୟ ହୋଇଆସିଛି। ବିରୋଧୀ ଦଳ ମଧ୍ୟ ଏହାକୁ ଏକ ବଡ଼ ପ୍ରସଙ୍ଗ କରିଛନ୍ତି। ଆଜି ଦିଲ୍ଲୀ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିଲା। ପ୍ରଦୂଷଣକୁ ନେଇ ବିଧାନସଭାରେ ଏକ ବଡ଼ ହଙ୍ଗାମା ହେବାର ଆଶା ପୂର୍ବରୁ କରାଯାଉଥିଲା ।

ଅଧିବେଶନରେ ପ୍ରବେଶ କରିବା ପୂର୍ବରୁ ବିରୋଧୀ ଦଳ ନେତା ଆତିଶୀ କହିଥିଲେ ଯେ ଦିଲ୍ଲୀବାସୀ ଗତ ଚାରି ମାସ ଧରି ଗୁରୁତର ବାୟୁ ପ୍ରଦୂଷଣର ଶିକାର ହେଉଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀ ସରକାର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ମନିଟର ଗୁଡ଼ିକୁ ହେରଫେର କରୁଛନ୍ତି। ସେ କହିଛନ୍ତି ଯେ ପରିସ୍ଥିତି ଏପରି ହୋଇଛି ଯେ ପିଲାମାନେ ନିଶ୍ୱାସ ନେବାରେ କଷ୍ଟ ପାଉଛନ୍ତି ଏବଂ ବୃଦ୍ଧଙ୍କ ଜୀବନ ବିପଦରେ ଅଛି। ଏମ୍ସ ଭଳି ପ୍ରତିଷ୍ଠିତ ହସ୍ପିଟାଲ ମଧ୍ୟ କହୁଛନ୍ତି ଯେ ଦିଲ୍ଲୀରେ ରହିବା କ୍ରମଶଃ କଷ୍ଟକର ହେଉଛି।

Leave a Reply

Your email address will not be published. Required fields are marked *