Images (4)

ପୁଟିନଙ୍କୁ କାହିଁକି ମଦ, ମାଂସ ପରସାଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

Spread the love

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ ଗସ୍ତରେ ଆସି ଶୁକ୍ରବାର ରାତିରେ ସ୍ବଦେଶ ଫେରିଯାଇଛନ୍ତି। ଯିବା ପୂର୍ବରୁ ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ତାଙ୍କ ନିମନ୍ତେ ଏକ ସ୍ବତନ୍ତ୍ର ନୈଶ ଭୋଜିର ଆୟୋଜନ କରାଯାଇଥିଲା। ଯେଉଁଥିରେ ପୁଟିନଙ୍କୁ ନାନା ପ୍ରକାର ନିରାମିଷ ବ୍ୟଞ୍ଜନ ପରସା ଯାଇଥିଲା। ହେଲେ ଏହାକୁ ନେଇ ଏବେ ପ୍ରଶ୍ନ ଉଠାଇଛି କଂଗ୍ରେସ। ପୁଟିନଙ୍କୁ କାହିଁକି କେବଳ ନିରାମିଷ ଖାଦ୍ୟ ପରସାଗଲା। କ’ଣ ପାଇଁ ମଦ, ମାଂସ ଓ ମାଛ ଦିଆଗଲା ନାହିଁ। ଏଭଳି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା କାର୍ତ୍ତି ଚିଦମ୍ବରମ।

କାର୍ତ୍ତି ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, ବିଜେପି ସରକାର ସଂସ୍କୃତି ନାମରେ ଶୁଦ୍ଧତାବାଦୀ ଶାକାହାର ପ୍ରଥା ଲାଗୁ କରିବାକୁ ଉଦ୍ୟମ କରିଛି। ସମ୍ପୂର୍ଣ୍ଣ ନିରାମିଷ ? କାହିଁକି ? ଖାଦ୍ୟରେ ଖାସି ମାଂସ, କୁକୁଡ଼ା ମାଂସ, ମାଛ ଏବଂ ଭାରତୀୟ ମଦ କ’ଣ ପାଇଁ ସାମିଲ କରାଯାଇ ନାହିଁ। ୮୦ ପ୍ରତିଶତ ଭାରତୀୟ ମାଂସାହାରୀ। ଆମ ରନ୍ଧନ ସଂସ୍କୃତିର ଏହା ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ। କିନ୍ତୁ ଶୁଦ୍ଧତାବାଦୀ ଶକାହାର ଖାଦ୍ୟ ବିଜେପି ଏବଂ ଏହାର ସହଯୋଗୀମାନଙ୍କର ଚିନ୍ତାଧାରା।

Leave a Reply

Your email address will not be published. Required fields are marked *