ଲକ୍ଷଲକ୍ଷ ଟଙ୍କାର ଅଫିମ ଗଛ ପୋଡ଼ିଲା ପ୍ରଶାସନ

Spread the love

ଠାକୁରମୁଣ୍ଡା: ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଏଦେଲବେଡା ଗ୍ରାମର ବୁରୁସାହିରେ ଲକ୍ଷଲକ୍ଷ ଟଙ୍କାର ଅଫିମ ଚାଷକୁ ପୁଲିସ ପ୍ରଶାସନ ଠାବ କରି ପୋଡ଼ିଛିl ପୋଡା ଯାଇଥିବା ଅଫିମ ଚାଷର ମୂଲ୍ୟ ଆନୁମାନିକ ୪୨ ଲକ୍ଷ ହେବ ବୋଲି ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତିl
ଘଟଣାରୁ ପ୍ରକାଶଯେ, ଏଡେଲବେଡା ଗ୍ରାମରେ ଅଫିମ ଚାଷ ହୋଇଥିବା ଖବର ପୁଲିସ ପାଇଥିଲାl ପ୍ରାୟ ୧ ଏକର ଜମିରେ ଅତି ଯତ୍ନରେ ଏବଂ ବ୍ୟବସାୟିକ ଭାବେ ଅଫିମ ଚାଷ ହୋଇଥିଲାl ଫୁଲ ଆସିଯାଇଥିଲାl ଖବର ପାଇ ଏସଡ଼ିପିଓ ସୁବ୍ରତ କୁମାରଙ୍କ ନେତୃତ୍ୱରେ ପୁଲିସ ଟିମ ସହ ବନ ବିଭାଗ ଓ ଅବକାରୀ ବିଭାଗ ୨୯ ତାରିଖ ସକାଳୁ ମିଳିତ ଚଢାଉ ଆରମ୍ଭ କରିଥିଲେ। ମାଜିଷ୍ଟ୍ରେଟ ଭାବେ ଠାକୁରମୁଣ୍ଡା ତହସିଲଦାର ସମ୍ବିତ କୁମାର କରଙ୍କ ଉପସ୍ଥିତିରେ ୨୧୦୦୦ ଗଛ ଉଠାଯାଇ ପୋଡା ଯାଇଥିଲାl
ପାହାଡ ତଳକୁ ଝରଣା ଲାଗି ଜଙ୍ଗଲ ଭିତରେ ଥିବା ଚାଷ ସ୍ଥାନଟି ରାଜସ୍ବ ବିଭାଗ ଅଧୀନରେ ରହିଛିl ଅପରାହ୍ନରେ ଏସଡ଼ିପିଓ ସୁବ୍ରତ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଠାକୁରମୁଣ୍ଡା ଥାନାରେ କେଶ ନଂ ୬ ଏବଂ ଦଫା ୧୮ ଏନଡିପିଏସ ଧାରାରେ ମୋକଦ୍ଦମା ରୁଜ୍ଜୁ ହୋଇ ତଦନ୍ତ ଚାଲୁ ରହିଥିବା ସୂଚନା ଦେଇଛନ୍ତିl
ଚଢ଼ାଉରେ ଠାକୁରମୁଣ୍ଡା ଅବକାରୀ ଥାନାର କର୍ମଚାରୀ, ଠାକୁରମୁଣ୍ଡା ବନ ବିଭାଗ କର୍ମଚାରୀ, କେନ୍ଦୁଜିଆଣୀ ଆର ଆଇ, ଏଏସଆଇ ରତ୍ନାକର ବାରିକ, ଏଏସଆଇ ଅନୀତ ସ୍ବାଇଁ ଓ ପୁଲିସ ସାମିଲ ହୋଇଥିଲେ। ଥାନା ଅଧିକାରୀଣୀ ସାବିତ୍ରୀ ଦଳେଇ କେଶର ତଦନ୍ତ ଭାର ନେଇଛନ୍ତି ଏବଂ ଖୁବ ଶୀଘ୍ର ଆସାମୀ ଧରପଡିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *