ଗାନ୍ଧୀ ଜୟନ୍ତୀରେ ପ୍ରଶାନ୍ତ କିଶୋର ଲଞ୍ଚ୍‌ କରିବେ ରାଜନୈତିକ ଦଳ, କହିଲେ, ‘୨୦୨୫ରେ ଆଣିବୁ ଜନତାଙ୍କ ଶାସନ’

Spread the love

ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ) ଆନୁଷ୍ଠାନିକ ଭାବେ ନିଜର ଦଳ ‘ଜନ ସୁରାଜ୍‌’ ଲଞ୍ଚ୍‌ କରିବାକୁ ଘୋଷଣା କରିଛନ୍ତି । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ସେ ନିଜ ଦଳର ଶୁଭାରମ୍ଭ କରିବେ । ରବିବାର ବିହାରର ରାଜଧାନୀ ପାଟନାସ୍ଥିତ ବାପୁ ସଭାଗାରରେ ନିଜ ଅଧିକାରୀମାନଙ୍କୁ ସମ୍ବୋଧିତ କରିବା ବେଳେ ସେ ଏହା କହିଛନ୍ତି । ଏଥିସହିତ ପିକେ ଜୟ ବିହାର, ଜୟ-ଜୟ ବିହାର ଉପରେ ମଧ୍ୟ ଚର୍ଚ୍ଚା କରିଥିଲେ ।

‘ଜନ ସୁରାଜ’ର ଅଧିକାରୀମାନଙ୍କୁ ସମ୍ବୋଧିତ କରି ପିକେ କହିଛନ୍ତି ଯେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ପାଖାପାଖି ଏକ କୋଟି ସଦସ୍ୟ ଜନ ସୁରାଜର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ୧.୫୦ ଲକ୍ଷ ଲୋକଙ୍କୁ ଅଫିସ୍ ପଦାଧିକାରୀ ଭାବରେ ମନୋନୀତ ସହିତ ପ୍ରଥମ ଦିନ ଆରମ୍ଭ ହେବ ।

ଜନ ସୁରାଜ ଦଳର ନେତୃତ୍ୱ ନେଇଥିବା ପ୍ରସଙ୍ଗକୁ ସେ ପ୍ରତ୍ୟାଖ୍ୟାନ କରି କହିଛନ୍ତି, ସେ ଦଳର ନେତୃତ୍ୱ ନେବେ ନାହିଁ । କିନ୍ତୁ ନେତା ନିଜ ନିଜ ନିର୍ବାଚନମଣ୍ଡଳୀରୁ ବଛା ହେବେ, ଯେଉଁମାନେ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଲୋକଙ୍କ ଶକ୍ତିକୁ ମଜବୁତ କରିବେ ।

ପିକେ ଦାବି କରିଛନ୍ତି ଯେ ଦଳ ୨୦୨୫ରେ ଜନତାଙ୍କ ଶାସନ ଆଣିବ । ବିହାରର ଯେଉଁ ଲୋକମାନେ କାମ ଖୋଜିବା ପାଇଁ ପଞ୍ଜାବ ଓ ହରିୟାଣା ଯାଆନ୍ତି, ସେମାନଙ୍କୁ ଏହିଠାରେ ରୋଜଗାର ମିଳିବ । ଭବିଷ୍ୟତରେ ବାହାର ଲୋକମାନେ ବିହାରକୁ ଚାକିରି ଖୋଜିବାକୁ ଆସିବେ ।

Leave a Reply

Your email address will not be published. Required fields are marked *