ଅଶ୍ଳୀଳ ବିଷୟବସ୍ତୁ ଦେଖାଉଥିବା ୧୮ଟି ଓଟିଟି ପ୍ଲାଟ୍‌ଫର୍ମ, ୧୯ଟି ୱେବ୍‌ସାଇଟ୍‌କୁ ବନ୍ଦ କଲେ ସରକାର

Spread the love

ନୂଆଦିଲ୍ଳୀ: ଏକାଧିକ ବାର ଚେତାବନୀ ଦେବା ସତ୍ତ୍ବେ ଅମାନ୍ୟ କରିବାରୁ ଗୁରୁବାର ସରକାର ୧୮ଟି ଓଟିଟି ପ୍ଲାଟଫର୍ମକୁ ବ୍ଲକ୍‌ କରିଦେଇଛନ୍ତି। ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣ ହେତୁ ସରକାର ଏହି ପ୍ଲାଟ୍‌ଫର୍ମଗୁଡ଼ିକୁ ବନ୍ଦ କରି ଦେଇଛନ୍ତି।
ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ୧୯ଟି ୱେବସାଇଟ୍, ୧୦ ଟି ଆପ୍ (ଗୁଗୁଲ୍ ପ୍ଲେ ଷ୍ଟୋର୍‌ରୁ ୭ଟି, ଆପଲ୍ ଆପ୍ ଷ୍ଟୋର୍‌ରୁ ୩ଟି) ଏବଂ ୫୭ ଟି ସୋସିଆଲ୍ ମିଡିଆ ଆକାଉଣ୍ଟକୁ ମଧ୍ୟ ବନ୍ଦ କରି ଦିଆଯାଇଛି।
ପ୍ଲାଟଫର୍ମଗୁଡିକ “ସୃଜନଶୀଳ ଅଭିବ୍ୟକ୍ତି” ନାମରେ ଅଶ୍ଳୀଳତାକୁ ପ୍ରୋତ୍ସାହିତ ନକରିବାକୁ ଚେତାବନୀ ଦିଆଯିବା ସତ୍ତ୍ବେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନଥିଲା। ଫଳରେ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, ୨୦୦୦ ଅନୁଯାୟୀ ଏହି ବନ୍ଦ ନିଷ୍ପତ୍ତି ନିଆଯାଇଛି।
ବ୍ଲକ୍‌ କରାଯାଇଥିବା ଓଟିଟି ପ୍ଲାଟଫର୍ମଗୁଡିକ ହେଉଛି ଡ୍ରିମ୍ସ ଫିଲ୍ମସ୍, ଭୋଭି, ୟେସମା, ଅନ୍‌କଟ୍‌ ଅଡ୍ଡା, ଟ୍ରାଇ ଫ୍ଲିକ୍ସ, ଏକ୍ସ ପ୍ରାଇମ, ନିଅନ୍ ଏକ୍ସ ଭିଭିଆଇପି, ବେସରମ, ହଣ୍ଟର୍‌ସ, ରାବିଟ୍‌, ଏକ୍ସଟ୍ରାମୁଡ୍‌, ନୁଏଫ୍ଲିକ୍ସ, ମୁଡ୍‌ଏକ୍ସ, ମୋଜ୍‌ଫ୍ଲିକ୍ସ, ହଟ୍‌ସଟ୍‌ସ ଭିଆଇପି, ଫୁଗି, ଚିକୋଫ୍ଲିକ୍ସ, ଏବଂ ପ୍ରାଇମ୍ ପ୍ଲେ।
ସରକାର ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ପ୍ଲାଟଫର୍ମରେ ଥିବା ବିଷୟବସ୍ତୁର ଏକ ପ୍ରମୁଖ ଅଂଶ ମହିଳାମାନଙ୍କୁ ଅପମାନିତ କରି ଚିତ୍ର ପ୍ରଦର୍ଶନ କରିଛି।ବିବୃତ୍ତିରେ କୁହାଯାଇଛି ଯେ ଅନୁପଯୁକ୍ତ ପ୍ରସଙ୍ଗ, ନଗ୍ନତା ଏବଂ ଯୌନ ଉତ୍ପୀଡ଼ନକୁ ପ୍ରୋତ୍ସାହିତ କଲ ଭଳି ବିଷୟବସ୍ତୁ ପ୍ରଦର୍ଶିତ ହେଉଥିବାରୁ ଏସବୁକୁ ବନ୍ଦ କରି ଦିଆଯାଇଛି।
ସରକାର କହିଛନ୍ତି ଯେ ଓଟିଟି ଆପ୍ ମଧ୍ୟରୁ ଗୋଟିଏରେ ୧ କୋଟିରୁ ଅଧିକ ଡାଉନଲୋଡ୍ ହୋଇଥିବା ବେଳେ ଅନ୍ୟ ଦୁଇଟିରେ ୫୦ ଲକ୍ଷରୁ ଅଧିକ ଡାଉନଲୋଡ୍ ରହିଛି। ଅଧିକନ୍ତୁ ଓଟିଟି ପ୍ଲାଟଫର୍ମର ସୋସିଆଲ୍ ମିଡିଆ ଆକାଉଣ୍ଟରେ ୩୨ ଲକ୍ଷରୁ ଅଧିକ ଉପଭୋକ୍ତାଙ୍କର ଏକ ଅନୁଗାମୀ ଥିଲେ।

Leave a Reply

Your email address will not be published. Required fields are marked *