ମାନସିକ ଚାପ ହ୍ରାସ ପାଇଁ ଓପନ୍ ଏନକ୍ଲୋଜରକୁ ଯିବେ ୫ ଶିଶୁ ଓରାଙ୍ଗଉଟାନ
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଉଦ୍ଧାର କରାଯାଇଥିବା ପାଞ୍ଚଟି ଶିଶୁ ଓରାଙ୍ଗଉଟାନଙ୍କ ନସିକ ଚାପ ହ୍ରାସ ମାକରିବା ଉଦ୍ଦେଶ୍ୟରେ ସେମାନଙ୍କୁ ଏକ ଖୋଲା ଆକାଶ ତଳକୁ ସ୍ଥାନାନ୍ତର କରିବା ନେଇ ବିଚାରବିମର୍ଶ କରୁଛନ୍ତି। ଏହି ପ୍ରସ୍ତାବ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ସରକାରଙ୍କ ଦ୍ୱାରା ଗଠିତ ବୈଷୟିକ କମିଟିର ମତାମତ ଗ୍ରହଣ କରାଯିବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ, ଜ୍ୱରରେ ପୀଡ଼ିତ ଥିବା ପାଞ୍ଚଟି ଓରାଙ୍ଗଉଟାନ ମଧ୍ୟରୁ ଜଣଙ୍କର ଶରୀରର ତାପମାତ୍ରା ମଙ୍ଗଳବାର ଦିନ ସ୍ୱାଭାବିକ ଥିବା ଜଣାପଡ଼ିଛି।
ସୂତ୍ର ଅନୁଯାୟୀ, ପ୍ରସ୍ତାବିତ ଖୋଲା ସ୍ଥାନଟି ‘ହ୍ୟାଣ୍ଡ ରିୟରିଂ ସେଣ୍ଟର’ (HRC) ନିକଟରେ ଅବସ୍ଥିତ। ବର୍ତ୍ତମାନ ଏହି ଓରାଙ୍ଗଉଟାନ ମାନଙ୍କୁ ସେଠାରେ ଥିବା ଏକ ବନ୍ଦ ଓ ଏୟାର-କଣ୍ଡିସନ୍ଡ (AC) କକ୍ଷରେ ଦିନରାତି ତଦାରଖ ମଧ୍ୟରେ ରଖାଯାଇଛି। ଖୋଲା ଆକାଶ ତଳେ ରହିବା ଦ୍ୱାରା ସେମାନଙ୍କୁ ଅଧିକ ପ୍ରାକୃତିକ ପରିବେଶ ମିଳିବ। ଯାହା ସେମାନଙ୍କ ଶାରୀରିକ କାର୍ଯ୍ୟକଳାପ ଏବଂ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସହାୟକ ହେବ। ନନ୍ଦନକାନନର ଉପ-ନିର୍ଦ୍ଦେଶକ ପ୍ରଦୀପ ମିରାସେଙ୍କ କହିବାନୁସାରେ, ବୈଷୟିକ କମିଟିର ଅନୁମତି ମିଳିବା ପରେ ହିଁ ଏହି ଖୋଲା ସ୍ଥାନ ବ୍ୟବହାର କରାଯାଇପାରିବ।
