Mamata banerjee 2 1024x576

ଉପନିର୍ବାଚନ ଲଢ଼ିବେନି ମମତା ବାନାର୍ଜୀ

Spread the love

କଲକାତା: ସବୁ ଚର୍ଚ୍ଚାରେ ବିରାମ ଲାଗିଛି। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ବିଧାନସଭା ଉପ-ନିର୍ବାଚନ ଲଢ଼ିବେନି ବୋଲି ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୬ ତାରିଖରେ ନନ୍ଦିଗ୍ରାମ ଓ ରେଜିନଗର ଆସନରେ ଉପନିର୍ବାଚନ ହେବ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନ ଛାଡ଼ିବାରୁ ଏବଂ ଆମ ଜନତା ଉନ୍ନୟନ ପାର୍ଟି (ଏଜିୟୁପି) ପ୍ରତିଷ୍ଠାତା ହୁମାୟୁଂ କବୀର ଇସ୍ତଫା ଦେବାରୁ ରେଜିନଗର ଆସନ ଖାଲି ହୋଇଥିଲା। ମମତାଙ୍କ ନେତୃତ୍ବାଧୀନ ଟିଏମସି ପକ୍ଷରୁ ନନ୍ଦିଗ୍ରାମରୁ ସଞ୍ଚିତା ପ୍ରଧାନ ଓ ରେଜିନଗର ପାଇଁ ରବିଉଲ ଆଲମ ଚୌଧୁରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଦୀର୍ଘ ବର୍ଷ ହେଲା ନନ୍ଦିଗ୍ରାମ ଟିଏମସି ଓ ବିଜେପିର ରାଜନୈତିକ ସଂଘର୍ଷର ପ୍ରମୁଖ କେନ୍ଦ୍ର ହୋଇ ରହିଛି। ଏହି କ୍ଷେତ୍ରରୁ ଭୂମି ଅଧିଗ୍ରହଣ ଆଇନକୁ ବିରୋଧ କରି ୨୦୦୭ରେ ମମତା କରିଥିବା ଆନ୍ଦୋଳନ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନ ପର୍ଯ୍ୟନ୍ତ ପହଞ୍ଚାଇ ଦେଇଥିଲା।

Leave a Reply

Your email address will not be published. Required fields are marked *