ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ଘଟଣା ; କମିଶନରେଟ ପୁଲିସକୁ ଘେରିଲା କଂଗ୍ରେସ
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ସପ୍ତାହ ଧରି ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହୋଇ ପଡ଼ିଛି। ଗୋଟିଏ ସପ୍ତାହ ମଧ୍ୟରେ କଣାସ, ବାଲିଅନ୍ତା, ବାଲିପାଟଣା ଭିଡ଼ ହତ୍ୟା ଘଟିଛି। ତେବେ ବାଲିଅନ୍ତା ସୌମ୍ୟରଞ୍ଜନଙ୍କ ହତ୍ୟା ଘଟଣାରେ ଆଜି କମିଶନରେଟ ପୁଲିସ କାର୍ଯ୍ୟାଳୟ ଘେରାଉ କରିଛି ରାଜ୍ୟ କଂଗ୍ରେସ।
ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସର ଏକ ଦଳ ସୋମବାର ପୁଲିସ ସେବା ଭବନ ଘେରାଉ କରିଛନ୍ତି। ରାଜ୍ୟରେ ଦିନକୁ ଦିନ ହିଂସା ବୃଦ୍ଧି ପାଉଥିବା ସହ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ସରକାର ସବୁ ଦେଖି ସୁଦ୍ଧା ନିରବଦ୍ରଷ୍ଟା ସାଜିଛନ୍ତି। ସରକାର ଏନେଇ ତୁରନ୍ତ ସର୍ବଦଳୀୟ ବୈଠକ ଡାକିବାକୁ ପିସିସି ସଭାପତି ଦାବି କରିଛନ୍ତି।
