ଆତ୍ମସମର୍ପଣ ନେଇ ଅନ୍ଧ୍ରପ୍ରଦେଶ ପୁଲିସ ମହାନିର୍ଦ୍ଦେଶ ହରୀଶ କୁମାର ଗୁପ୍ତ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୋମାନ୍ନାର ଆତ୍ମସମର୍ପଣ ପରେ ଏଓବିଏସ୍ଜେଡ୍ସି ପ୍ରାୟତଃ ନିର୍ମୂଳ ହୋଇଯାଇଛି। ସୋମାନ୍ନା, କେନ୍ଦ୍ରୀୟ କମିଟି ସଦସ୍ୟ ଥିଲେ। ଏହାସହ ସେ ଏଓବିଏସ୍ଜେଡ୍ସିକୁ ପରିଚାଳନା କରୁଥିଲେ। ତାଙ୍କ ମୁଣ୍ଡଉପରେ ସରକାର ୨୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା। ୨୦୧୮ରେ ବିଧାୟକ କିଦାରି ସର୍ବେଶ୍ବର ରାଓ ଓ ବିଧାୟକ ଶିବେରୀ ସୋମେଶ୍ବର ରାଓଙ୍କ ହତ୍ୟା, ୨୦୦୧ରେ ସିଆଇ ମୁଡ୍ଡାଡା ଗାନ୍ଧୀ ଓ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ହତ୍ୟା ମାମଲାରେ ସେ ପ୍ରମୁଖ ଅଭିଯୁକ୍ତ ଥିଲେ।
ସୋମାନ୍ନାଙ୍କ ସହ ଆତ୍ମସମର୍ପଣ କରିଥିବା କର୍ତମ ଲଚ୍ଛୁ ମଧ୍ୟ ଜଣେ ସକ୍ରିୟ ଓ ବରିଷ୍ଠ ନକ୍ସଲ ସଦସ୍ୟ ଥିଲେ। ତାଙ୍କ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଲଚ୍ଛୁ, ୨୦୨୧ ଏପ୍ରିଲ୍ ତେକ୍କୁଲାଗୁଡ଼ା ଆକ୍ରମଣରେ ୨୨ ପୁଲିସ କର୍ମଚାରୀଙ୍କ ହତ୍ୟା, ୨୦୨୪ ଧରମଭରମ୍ ପୁଲିସ କ୍ୟାମ୍ପ୍ ଆକ୍ରମଣ, ୨୦୨୩ ଏଲାମାଗୁଣ୍ଡା ପୁଲିସ କ୍ୟାମ୍ପ୍ ଉପରେ ଆକ୍ରମଣରେ ଜଡ଼ିତ ଥିଲେ।
ଆଜି ନିଜର ୮ ସାଥୀଙ୍କ ସହ ଗୋଟିଏ ଇନ୍ସାସ୍ ରାଇଫଲ୍, ୨ ବିଜିଏଲ୍ ଅସ୍ତ୍ର, ୫ଟି ୩୦୩ ବନ୍ଧୁକ, ୫ଟି ଏସ୍ବିବିଏଲ୍ ଓ ୬ଟି ସିଙ୍ଗଲ୍ ସଟ୍ରାଇଫଲ୍, ୭ଟି ବିଜିଏଲ୍ ଗୁଳି, ୨୨ଟି ଅଫୁଟା ଗୁଳି, ୧୩ଟି ବୋମା, ୫ଟି ଜିଲାଟିନ୍ ଛଡ଼, ୧୩ଟି ବ୍ୟାଗ୍।