ଜନଗଣନା ତଥ୍ୟ RTI ପରିସରଭୁକ୍ତ ନୁହେଁ, ଗୋପନୀୟ ରହିବ ସମ୍ପୂର୍ଣ୍ଣ ତଥ୍ୟ
ଭୁବନେଶ୍ୱର: ଭାରତରେ ଆଗାମୀ ଜନଗଣନା ୨୦୨୭ (Census 2027) ର ପ୍ରଥମ ପର୍ଯ୍ୟାୟ ଅର୍ଥାତ୍ ହାଉସ୍-ଲିଷ୍ଟିଂ (Houselisting) ପ୍ରକ୍ରିୟା ଏପ୍ରିଲ୍ ୧, ୨୦୨୬ ରୁ ଆରମ୍ଭ ହେବାକୁ ଯାଉଛି। ଏଥର ଜନଗଣନା ପ୍ରକ୍ରିୟାରେ ଅନେକ ବଡ଼ ପରିବର୍ତ୍ତନ କରାଯାଇଛି। ଖବର ଅନୁଯାୟୀ, ଜନଗଣନା ସମୟରେ ଦିଆଯାଇଥିବା ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରହିବ। ଏହା ମଧ୍ୟ RTI ଆକ୍ଟ ପରିସରଭୁକ୍ତ ହେବ ନାହିଁ।
