ହେଲମେଟ ନପିନ୍ଧି ବାଇକ୍ ଚଳାଇଲେ ସ୍ବାସ୍ଥ୍ୟମନ୍ତ୍ରୀ, ଇସ୍ତଫା ଦାବି କଲା ବିଜେଡି
ଭୁବନେଶ୍ୱର: ହେଲମେଟ ନପିନ୍ଧି ବାଇକ ରାଲି କରି ଏବେ ଅଡ଼ୁଆରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ୍ ମହଲିଙ୍ଗ। ଉଠିଲା ଇସ୍ତଫା ଦାବି। ଗାଡି ଚଳାଇବା ବେଳେ ହେଲମେଟ ନପିନ୍ଧିବା କାର୍ଯ୍ୟକୁ ଆଇନ ଅମାନ୍ୟତାକୁ ପ୍ରୋତ୍ସାହିତ କରୁଥିବା ସାର୍ବଜନୀନ ଶୃଙ୍ଖଳାର ଉଲ୍ଲଂଘନ ବୋଲି ବର୍ଣ୍ଣନା କରି, ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ ମହାଲିଙ୍ଗଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।
ତେବେ ଶୁକ୍ରବାର ଲୋଇସିଂହାରେ ରାମ ନବମୀ ଶୋଭାଯାତ୍ରାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବିନା ହେଲମେଟରେ ମଟର ସାଇକେଲ ଚଳାଉଥିବା ଦେଖିବାକୁ ମିଳିଥିଲା । ଏନେଇ ବିଜୁ ଜନତା ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି । ମୁକେଶ ମହାଲିଙ୍ଗଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବି କରିଛି ବିଜେଡି । ବିଜେଡି ଶନିବାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ କଡ଼ା ସମାଲୋଚନା କରିଛି ଏବଂ ମନ୍ତ୍ରିମଣ୍ଡଳରୁ ତାଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛି।
