Subhadra

ଏପ୍ରିଲ ୧ ରୁ ସୁଭଦ୍ରା ପାଇଁ ନୂତନ ପଞ୍ଜୀକରଣ

Spread the love

ଭୁବନେଶ୍ବର: ରାଜ୍ୟର ନୂତନ ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଗାମୀ ଏପ୍ରିଲ ୧ ତାରିଖରୁ ଏଥିନେଇ ଆବେଦନ ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି ଶ୍ରୀମତୀ ପରିଡ଼ା।

ସୁଭଦ୍ରା ଯୋଜନାରେ ନୂତନ ଆବେଦନ ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଯୋଜନାରେ ଅଧିକ ସଂଖ୍ୟକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଯେଉଁ ମହିଳାମାନେ ଏବେ ୨୧ ବର୍ଷରେ ପହଞ୍ଚିଛନ୍ତି ବିଶେଷକରି ସେମାନଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ବଡ଼ ଘୋଷଣା କରିଛନ୍ତି। ସେମାନେ ଆସନ୍ତା ଏପ୍ରିଲ ୧ରୁ ଆବେଦନ କରିପାରିବେ। ଏଥିପାଇଁ ଏପ୍ରିଲ ୩୦ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଅର୍ଥାତ ନୂଆ ଆବେଦନକାରୀ ପ୍ରାୟ ଏକ ମାସ ପାଇଁ ଆବେଦନ କରି ପାରିବେ। ଏଥିପାଇଁ ସେମାନଙ୍କୁ ‘ସୁଭଦ୍ରା ପୋର୍ଟାଲ’ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ। ଏଥିପାଇଁ ସେମାନେ ନିକଟସ୍ଥ ‘ଆମ ସେବା କେନ୍ଦ୍ର’ର ମଧ୍ୟ ସହାୟତା ନେଇ ପାରିବେ।

ଏଥିପାଇଁ ଯେଉଁ ନିୟମାବଳୀ ରହିଛି ସେଗୁଡିକ ହେଲା, ଆବେଦନକାରୀଙ୍କ ବୟସ ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଯେଉଁମାନେ ପୂର୍ବରୁ ଆବେଦନ କରି ନାହାନ୍ତି କେବଳ ସେମାନେ କରିପାରିବେ। ସମସ୍ତ ଅଙ୍ଗନବାଡି କେନ୍ଦ୍ର ଓ CDPO କାର୍ଯ୍ୟାଳୟରେ ନିଶୁଳ୍କ ଫର୍ମ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *