30e42e3b 4f28 41ce 88ef d395f5ee3ab5 1024x576

ଘରକୁ ମାଡ଼ିଗଲା ଲିଙ୍ଗରାଜଙ୍କ ରୁକୁଣା ରଥ

Spread the love

ଭୁବନେଶ୍ୱର : ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାରେ ବଡ଼ ଅଘଟଣ ଦେଖିବାକୁ ମିଳିଛି। ରଥ ଟଣା ସମୟରେ ଜଣଙ୍କ ଘରକୁ ରଥ ମାଡ଼ି ଯାଇଛି।

ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାରେ ବଡ଼ ଅଘଟଣ ଦେଖିବାକୁ ମିଳିଛି। ଆଜି ଦ୍ଵିତୀୟଦିନରେ ରଥଟଣା ଚାଲିଥିବା ସମୟରେ ରଥ ଜଣଙ୍କ ଘରକ ମାଡ଼ି ଯାଇଥିଲା। ଫଳରେ ଘରର ଝରକା ଓ ତାଜା ଭାଙ୍ଗିବାକୁ ପଡ଼ିଛି। ଗୋସାଗରେସ୍ୱର ମଦିର ପୂର୍ବରୁ ଜଣଙ୍କ ଘରେ ରଥର ଦକ୍ଷିଣ ପାର୍ଶ୍ଵ ବା ଡାହାଣ ପାର୍ଶ୍ୱ ପଶି ଯାଇଥିଲା। ଫଳରେ ଭୋଇ ସେବାୟତ ମାନେ ରଥକୁ ପଛକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ସେବାୟତ ମାନଙ୍କ ପ୍ରବଳ ପ୍ରଚେଷ୍ଟା ପରେ ମଧ୍ୟ କୌଣସି ଫଳ ମିଳିନାହିଁ। ୪୫ ମିନିଟରୁ ଉର୍ଦ୍ଧ ସମୟ ଧରି ରଥ ଉକ୍ତ ସ୍ଥାନରେ ଅଟକିଛି।

Leave a Reply

Your email address will not be published. Required fields are marked *