Klausuren uni schule blog 738x332 1 696x313

୨୩ରୁ ବିଏଡ, ଏମଏଡ, ବିଏଚଏଡ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଆରମ୍ଭ

Spread the love

ଭୁବନେଶ୍ଵର:ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ଦୁଇ ବର୍ଷିଆ ବି. ଏଡ଼, ଏମ. ଏଡ଼, ବି.ଏଚ.ଏଡ଼ ପାଠ୍ୟକ୍ରମରେ ନାମଲେଖା ପ୍ରକିୟା ଶୀଘ୍ର ଆରମ୍ଭ କରାଯିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଦୁଇ ବର୍ଷିଆ ବି. ଏଡ଼, ଏମ. ଏଡ଼, ବି.ଏଚ.ଏଡ଼ ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କର ଚୟନ ପ୍ରବେଶିକା ପରୀକ୍ଷା ମାଧ୍ୟମରେ କରାଯିବ। ଉକ୍ତ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନେ ୨୩ ମାର୍ଚ୍ଚ, ୨୦୨୬ ଠାରୁ ୬ ଏପ୍ରିଲ, ୨୦୨୬ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲକୁ ଯାଇ Common Application Form (CAF) ପୂରଣ କରିପାରିବେ। ଆବେଦନକାରୀଙ୍କ ସମସ୍ତ ତଥ୍ୟ ଓକାକ ପକ୍ଷରୁ ଏପ୍ରିଲ ୧୩ ତାରିଖ ଦିନ ପରୀକ୍ଷା ପରିଚାଳନା କରିଥିବା ଷ୍ଟେଟ ସିଲେସ୍କନ ବୋର୍ଡ଼ (SSB)କୁ ପ୍ରଦାନ କରାଯିବ।

ମେ’ ୨୭ ତାରିଖରେ ପ୍ରବେଶିକା ପରୀକ୍ଷା ପାଇଁ ଆଡ଼ମିଟ୍ କାର୍ଡ଼ ଉପଲବ୍ଧ ହେବ। ମେ’ ୩୧ ତାରିଖରେ ବି.ଏଡ଼ ପାଠ୍ୟକ୍ରମ ପାଇଁ ଏବଂ ଜୁନ ୩ ତାରିଖରେ ଏମ. ଏଡ଼ ଏବଂ ବି. ଏଚ. ଏଡ଼ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *