Screenshot 2026 03 22 140236 750x430

ଏଣିକି ବଡ଼ଦାଣ୍ଡରେ ମଦ ଦୋକାନ ଖୋଲିବାକୁ ମିଳିବନି ଅନୁମତି

Spread the love

ଭୁବନେଶ୍ୱର: ଏଣିକି ବଡ଼ଦାଣ୍ଡରେ ଖୋଲି ପାରିବେନି ମଦ ଦୋକାନ। ପୁରୀ ଶ୍ରୀମନ୍ଦିର ୧ କି.ମି. ପରିଧି ବଡ଼ଦାଣ୍ଡରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇ ପାରିବ ନାହିଁ। ଏହି ପରିଧି ମଧ୍ୟରେ ମଦ ଦୋକାନ ଖୋଲିବାକୁ କୌଣସି ସ୍ବତନ୍ତ୍ର ନିୟମ ନାହିଁ। ଏହାକୁ ଅବକାରୀ ବିଭାଗ କଡ଼ାକଡ଼ି ଭାବେ ପାଳନ କରିବାକୁ ଷ୍ଟାଣ୍ଡିଂ କମିଟି ଅବକାରୀ ବିଭାଗକୁ ସୁପାରିସ କରିଛି।

ଓଡ଼ିଶା ଅବକାରୀ ନିୟମ-୨୦୧୭ ଅନୁସାରେ, ସହରାଞ୍ଚଳରେ ଥିବା ମନ୍ଦିରଠାରୁ ୩୦୦ ମିଟର ଭିତରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇ ପାରିବନି। ସେହିପରି ଶିକ୍ଷାନୁଷ୍ଠାନ ପରିସରରୁ ୫୦୦ ମିଟର ପରିଧି ମଧ୍ୟରେ ମଦ ଦୋକାନ ଖୋଲାଯାଇ ପାରିବ ନାହିଁ। କେବଳ ମଦ ଦୋକାନ ନୁହେଁ, ବରଂ ଶିକ୍ଷାନୁଷ୍ଠାନଠାରୁ ୧ କି.ମି. ପରିଧି ମଧ୍ୟରେ କୌଣସି ନିଶା ଦ୍ରବ୍ୟ ଦୋକାନ ଖୋଲିବାର ନିୟମ ନାହିଁ। ନିଶା ସେବନ ଦ୍ବାରା ଆପରାଧିକ କାର୍ଯ୍ୟ ବଢୁଛି। ତେଣୁ ୧୮ବର୍ଷରୁ କମ ଯୁବବର୍ଗଙ୍କୁ ମଦ ବିକ୍ରି କରାଯାଇ ପାରିବ ନାହିଁ। ଅନେକ କ୍ଷେତ୍ରରେ ଯୁବବର୍ଗ ଅନ୍‌ଲାଇନ ମାଧ୍ୟମରେ ସ୍ବିଗି ଏବଂ ଜୋମାଟୋ ଦ୍ବାରା ମଦ ଅର୍ଡର କରିଥାନ୍ତି। ଶିକ୍ଷାନୁଷ୍ଠାନ ଛାତ୍ରାବାସରେ ସ୍ବିଗି ଏବଂ ଜୋମାଟୋ ମାଧ୍ୟମରେ ମଦ ପହଞ୍ଚିଥାଏ। ଏହି ପରିପ୍ରେକ୍ଷୀରେ ଶିକ୍ଷାନୁଷ୍ଠାନର ଛାତ୍ରାବାସକୁ ମଦ ପ୍ରବେଶ ନିଷେଧ କରାଯିବା ସହିତ ସ୍ବିଗି ଏବଂ ଜୋମାଟୋ ମାଧ୍ୟମରେ ମଦ ଯୋଗାଣକୁ ନିଷେଧ କରିବାକୁ ଷ୍ଟାଣ୍ଡିଂ କମିଟି ଅବକାରୀ ବିଭାଗକୁ ସୁପାରିସ କରିଛି।

ସେହିପରି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଶ୍ରମିକ କଲୋନୀଠାରୁ ସହରାଞ୍ଚଳରେ ୩୦୦ମିଟର ଏବଂ ଗ୍ରାମାଞ୍ଚଳରେ ୫୦୦ମିଟର ପରିଧିରେ ମଦ ଦୋକାନ ଖୋଲାଯାଇ ପାରିବନି। ବର୍ତ୍ତମାନ ସ୍ଥିତିରେ ସରକାରୀ ନିୟମକୁ ଆଧାର କରି ଯେଉଁ ଦୋକାନଗୁଡ଼ିକ ଖୋଲାଯାଇ ପାରିବ, ତା’ ଉପରେ ଅବକାରୀ ବିଭାଗ ଯଥାଶୀଘ୍ର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଷ୍ଟାଣ୍ଡିଂ କମିଟି ସୁପାରିସ କରିଛି। ଯେଉଁ ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ନକଲି ଓ ଚୋରା ମଦ ବିକ୍ରିର ଅଭିଯୋଗ ଆସୁଛି, ତୁରନ୍ତ ସେହି ଦୋକାନକୁ ବନ୍ଦ କରିବା ସହ ଉକ୍ତ ମାଲିକଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

 

Leave a Reply

Your email address will not be published. Required fields are marked *