Ajhgjgh e1774022476716 300x187

କେରଳ ବିଧାନସଭା ନିର୍ବାଚନ: ୯୫ ଆସନରେ ଲଢ଼ିବ କଂଗ୍ରେସ

Spread the love

ଥିରୁବନନ୍ତପୁରମ: କେରଳରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଅନେକ ବିଚାର ବିମର୍ଶ ପରେ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ(ୟୁଡିଏଫ୍) ମେଣ୍ଟ ଆସନ ବଣ୍ଟନ ନେଇ ନିଷ୍କର୍ଷ ପାଇଛି। ଏଥର ମେଣ୍ଟରେ ସନ୍ତୁଳନ ଓ ରଣନୀତିରେ ଖାସ ଧ୍ୟାନ ଦିଆଯାଇଛି। ତଦନୁସାରେ କଂଗ୍ରେସ ୯୫ ଆସନରେ ନିର୍ବାଚନ ଲଢିବ ଯାହା କି ଗତ ନିର୍ବାଚନରୁ ୨ ଅଧିକ। ୟୁଡିଏଫରେ ସବୁଠାରୁ ବଡ ଦଳ ରୂପେ କଂଗ୍ରେସକୁ ୯୫ ଆସନ ମିଳିଛି। ୟୁନିୟନ୍ ମୁସଲିମ୍ ଲିଗକୁ ୨୭ ସିଟ୍ ଦିଆଯାଇଛି ଯାହା ଗତ ନିର୍ବାଚନ ସହ ସମାନ। କେରଳ କଂଗ୍ରେସକୁ ୮ ଆସନ ମିଳିଛି। ଗତ ବର୍ଷ ଦଳ ୧୦ ଆସନରେ ଲଢିଥିଲା। କିଛି ଆସନରେ ଅଦଳ ବଦଳ ମଧ୍ୟ ଦେଖିବାକୁ ମିଳିଛି। ମେଣ୍ଟରେ ସନ୍ତୁଳନ ରକ୍ଷା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଇଥିବା ନଜର ଆସିଛି। ଏଥର ଆସନ ବଣ୍ଟନ ପ୍ରକ୍ରିୟା ବହୁତ ସରଳ ରହିଛି ବୋଲି ବିରୋଧୀ ନେତା ସତୀଶନ କହିଛନ୍ତି । ରିଭୋଲ୍ୟୁସନରୀ ସୋସିଆଲିଷ୍ଟ ପାର୍ଟିକୁ ୫ ଆସନ ମିଳିଛି ।

ଅନ୍ୟ ଦଳ ଯଥା କେରଳ କଂଗ୍ରେସ(ଜ୍ୟାକବ), କମ୍ୟୁନିଷ୍ଟ ମାର୍କ୍ସିଷ୍ଟ ପାର୍ଟି, ରିଭୋଲ୍ୟୁସନରୀ ମାର୍କ୍ସିଷ୍ଟ ପାର୍ଟ ଓ କିଛି ଆଞ୍ଚଳିକ ନେତାଙ୍କୁ ଗୋଟିଏ ଗୋଟିଏ ଆସନ ମିଳିଛି ଯାହା ଦର୍ଶାଉଛି ଯେ ୟୁଡିଏଫ୍ ଛୋଟ ଦଳଙ୍କୁ ମଧ୍ୟ ଏକାଠି ଧରି ଚାଲିବାକୁ ଚେଷ୍ଟା କରୁଛି। କ୍ଷମତାରେ ଥିବା ଲେଫ୍ଟ ଡେମୋକ୍ରାଟିକ୍ ଫ୍ରଣ୍ଟ ପୂର୍ବରୁ ୧୩୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଯେଉଁଥିରେ ସିପିଆଇ(ଏମ)ର ଦବଦବା ରହିଛି। ସେହିଭଳି ବିଜେପି ମଧ୍ୟ ୭୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଥର କେରଳରେ ତ୍ରିକୋଣୀୟ ଲଢେଇ ଦେଖିବାକୁ ମିଳିବ ଯାହାଫଳରେ ନିର୍ବାଚନ ଅଧିକ ରୋମାଞ୍ଚକ ହେବା ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *