କୂଅରେ ଖସି ପଡ଼ିଥିବା ଛେଳିକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ୨ ଓଡ଼ିଆ ଶ୍ରମିକ
ଦିଗପହଣ୍ଡି: ପେଟ ପାଳିବା ପାଇଁ ଭିଟାମାଟି ଛାଡ଼ିଥିଲେ। ରାଜ୍ୟ ବାହାରେ ଭଲ ରୋଜଗାର କରୁଥିଲେ। ପରିବାର ଲୋକଙ୍କୁ ଟଙ୍କା ପଠାଉଥିଲେ। ସେମାନଙ୍କର ପରିବାର ଖୁସିରେ ଚାଲିଥିଲା। ଏହି ଖୁସି ଭିତରେ ଆସନ୍ତା ୧୯ ତାରିଖ ଦିନ ଭିଟାମାଟି ଅଭିମୁଖେ ଫେରିଥାନ୍ତେ। କିନ୍ତୁ ସେମାନେ ଆଉ ଜୀବିତ ଫେରିଲେ ନାହିଁ। ତାଙ୍କର ମୃତଦେହ ଏବେ ଘରକୁ ଫେରୁଥିବା ସୂଚନା ମିଳିଛି। ଗଂଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ଦୁଇ ଜଣ ଶ୍ରମିକ କେରଳରେ ଅଭାବନୀୟ ଘଟଣାର ଶିକାର ହୋଇଛନ୍ତି। କୂଅ ଭିତରେ ଖସି ପଡ଼ିଥିବା ଛେଳିକୁ ବଞ୍ଚାଇବାକୁ ଯାଇ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଖାରିଆଗୁଡା ଗାଁର ନରସିଂହ ପ୍ରଧାନ ଓ ସନ୍ତୋଷ ବାଡତ୍ୟା।
