Image 2026 03 16t195620.341

କଡ଼ାକଡ଼ି ହେଲା କ୍ରସ ଭୋଟିଂ କରିଥିବା ବିଧାୟକଙ୍କ ସୁରକ୍ଷା

Spread the love

ଭୁବନେଶ୍ବର: ସରିଲା ଭୋଟ୍‌ ଗଣତି। ହାଇଭୋଲ୍ଟେଜ ଲଢେଇ ଭିତରେ ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ଫଳ। ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ଦିଲ୍ଲୀପ ରାୟ ଓ ସଂନ୍ତୃପ୍ତ ମିଶ୍ର। ହାରିଲେ ଦତ୍ତେଶ୍ବର ହୋତା। ହେଲେ ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂକୁ ନେଇ ବିରୋଧୀ ବର୍ଷିଥିଲେ। ଦୀର୍ଘବର୍ଷ ପରେ ରାଜ୍ୟସଭା ନିର୍ବାଚନର ତାତି ଦେଖିବାକୁ ମିଳିଥିଲା। ଅନ୍ୟପଟେ କ୍ରସ୍‌ ଭୋଟିଂ କରିଥିବା ବିଧାୟକଙ୍କର ସୁରକ୍ଷାକୁ ନେଇ ଚିନ୍ତା ବଢିଲା।

ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ କରିଥିବା ବିଧାୟକଙ୍କ ବାସଭବନ ଆଗରେ ପୋଲିସ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ୨ ନିଲମ୍ବିତ ବିଧାୟକଙ୍କୁ ମିଶାଇ ବିଜେଡିରୁ ୮, କଂଗ୍ରେସରୁ ୩ ବିଧାୟକ କ୍ରସଭୋଟିଂ କରିଛନ୍ତି। କୌଣସି ପ୍ରକାର ଅଘଟଣ ଓ ଅପ୍ରୀତିକର ପରିସ୍ଥିତି ଆଶଙ୍କାରେ ବିଧାୟକଙ୍କ ବାସଭବନର ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି।

ବିଧାୟକଙ୍କ ବାସଭବନ ଆଗରେ ପୁଲିସ ପଇଁତରା ମାରୁଥିବା ଦେଖିବାକୁ ମିଳିଛି। ବିଧାନସଭାରେ ବିଜେଡି ବିଧାୟକ ନବକିଶୋର ମଲ୍ଲିକଙ୍କ ଭୋଟ୍‌ଦାନ ସମୟରେ ବିଜେଡି-ବିଜେପି ବିଧାୟକଙ୍କ ମଧ୍ୟରେ ମୁହଁାମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ନିର୍ବାଚନ ପରେ କ୍ରସଭୋଟିଂ କରିଥିବା ବିଧାୟକ-ବିଧାୟିକାଙ୍କ ସୁରକ୍ଷା ନେଇ ପ୍ରଶାସନ ଚିନ୍ତାରେ ପଡ଼ିଛି।

 

Leave a Reply

Your email address will not be published. Required fields are marked *