T6786 2026 03 16 20 08 53 e1773676783704 300x103

ଇରାନର ଆର୍ମେନିଆ ଦେଇ ଭାରତକୁ ଫେରିଲେ ୫୫୦ ଭାରତୀୟ

Spread the love

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଯୁଦ୍ଧ ଲାଗି ରହିଥିବାବେଳେ ଭାରତ ସରକାର ଆନ୍ତଃ ମନ୍ତ୍ରିସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ଏଲପିଜି ଯୋଗାଣ, ଗଲ୍ଫ ଅଞ୍ଚଳରେ ଥିବା ପରିବହନ ଜାହାଜ ଓ ଭାରତୀୟଙ୍କ ନାଗରିକଙ୍କ ପ୍ରତ୍ୟାବର୍ତ୍ତନ ନେଇ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଭାରତ ଏହାର ନାଗରିକଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ସମସ୍ତ ପ୍ରୟାସ ଜାରି ରଖିଛି।

ଇତିମଧ୍ୟରେବିଦେଶ ମନ୍ତ୍ରୀ ଏସ୍‌  ଇରାନରୁ ୫୫୦ରୁ ଅଧିକ ଭାରତୀୟଙ୍କୁ ଫେରାଇ ଅଣାଯାଇଛି। ଆର୍ମେନିଆ ଦେଇ ଭାରତୀୟମାନେ ନୂଆଦିଲ୍ଲୀ ଫେରିଛନ୍ତି। ଜୟଶଙ୍କର ସୋମବାର ସ୍ଥଳ ସୀମା ପରିବହନକୁ ସହଜ କରିବା ପାଇଁ ଆର୍ମେନିଆର ସରକାର ଏବଂ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜୟଶଙ୍କର ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଏପରି କଷ୍ଟକର ସମୟରେ ଭାରତକୁ ସହାୟତା କରିଥିବାରୁ ଆର୍ମେନିଆର ପ୍ରଶଂସା କରିଥିଲେ।

ଅନ୍ୟପକ୍ଷରେ ଆନ୍ତଃ ମନ୍ତ୍ରିସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି, ତେହେରାନ ସ୍ଥିତ ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କ ନିରାପଦ ସ୍ଥାନାନ୍ତର ପାଇଁ ସୀମାରେ ଭିସା ଏବଂ ପ୍ରବାସନ ଔପଚାରିକତାରେ ସହାୟତା କରିଥିଲା। ଆର୍ମେନିଆ ବ୍ୟତୀତ, ଦୂତାବାସର ସହାୟତାରେ ପ୍ରାୟ ୯୦ ଜଣ ଭାରତୀୟ ନାଗରିକ ମଧ୍ୟ ଇରାନରୁ ଆଜରବାଇଜାନକୁ ପ୍ରବେଶ କରିଛନ୍ତି। ଇରାନରୁ ଆସିଥିବା ୫୫୦ ଭାରତୀୟ ନାଗରିକଙ୍କ ମଧ୍ୟରେ ୨୮୪ ଜଣ ଶ୍ରଦ୍ଧାଳୁ ଅଛନ୍ତି।

Leave a Reply

Your email address will not be published. Required fields are marked *