School

ରାଇଘର ସରକାରୀ ହଷ୍ଟେଲରେ ଗଣ୍ଡଗୋଳ: ନବମ ଶ୍ରେଣୀ ଛାତ୍ରକୁ ମାଡ଼ ମାରିଲେ ଅଷ୍ଟମ ଶ୍ରେଣୀର ଦୁଇ ଛାତ୍ର

Spread the love

ଉମରକୋଟ : ନବରଙ୍ଗପୁର ଜିଲ୍ଲା ରାଇଘର ସରକାରୀ ହଷ୍ଟେଲରେ ନବମ ଶ୍ରେଣୀ ଛାତ୍ରକୁ ଅଷ୍ଟମ ଶ୍ରେଣୀର ଦୁଇ ଜଣ ଛାତ୍ର ନିର୍ଦ୍ଧୁମ ମାଡ଼ ମାରୁଥିବା ଭିଡ଼ିଓ ଏବେ ସସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଭାଇରାଲ ଭିଡିଓଟି ହେଉଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରାବାସର ବୋଲି ଜଣାପଡିଛି ।  ଜଣେ ନବମ ଶ୍ରେଣୀର ଛାତ୍ରଙ୍କୁ ଅଷ୍ଟମ ଶ୍ରେଣୀର ଦୁଇ ଜଣ ଛାତ୍ର ନିର୍ଧୁମ ମାଡ଼ ମାରୁଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ , ପୀଡ଼ିତ ଛାତ୍ର ଜଣକ ହେଉଛନ୍ତି ଆମଲିଭଟା ଗ୍ରାମର ଚରଣ ଗଣ୍ଡଙ୍କ 15 ବର୍ଷୀୟ ପୁଅ ଦୀପକ ଗଣ୍ଡ ।  ଦୀପକ ସେହି ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ଗତ ୮ ତାରିଖରେ ରାତିରେ ତଳ ବ୍ୟାଚର ଅଷ୍ଟମ ଶ୍ରେଣୀ ର ଦୁଇଜଣ ପିଲା ଲାତ ଓ ଗୋଇଠା ମାରି ନିର୍ଦ୍ଦୟ ଭାବେ ମାଡ଼ ମାରିଥିଲେ ।  ଘଟଣାଟି ଏତେ ଭୟଙ୍କର ଥିଲା ଯେ, ପରେ ପରିବାର ଲୋକେ ଦୀପକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ କରିଛନ୍ତି ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ହଷ୍ଟେଲ ପରିସରରେ ଏଭଳି ଏକ ଅଘଟଣ ଘଟିଯାଇଥିଲେ ସୁଦ୍ଧା ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିମ୍ବା ହଷ୍ଟେଲ ଦାୟିତ୍ୱରେ ଥିବା ଅଧିକାରୀ ପରିବାର ଲୋକଙ୍କୁ ଖବର ଦେଇ ନାହାଁନ୍ତି କି ପିଲାଟିକୁ ଚିକିତ୍ସା ମଧ୍ୟ କରାଇ ନଥିଲେ ଏବଂ ପରିବାର ଲୋକେ ଜାଣିବା ପରେ ଆମେ ଘଟଣା ବିଷୟରେ ଜାଣି ନାହୁଁ ବୋଲି କହିଛନ୍ତି ।

ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ଦାୟିତ୍ୱ ହୀନତାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।  ଅନ୍ୟପଟେ ଛାତ୍ରା ବାସରେ ମୋବାଇଲ ଓ ଭୁଜାଲି ମଧ୍ୟ ପିଲାମାନେ ରଖୁଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।  ସୁରକ୍ଷା ଦାୟିତ୍ୱରେ ଥିବା ଲୋକଙ୍କ ଅଜାଣତରେ ଏତେ ବଡ଼ କାଣ୍ଡ କିଭଳି ଘଟିଲା, ତାହା ଏବେ ଏକ ବଡ଼ ପ୍ରଶ୍ନ ପାଲଟିଛି ।

Leave a Reply

Your email address will not be published. Required fields are marked *