Whatsapp image 2026 03 15 at 5.04.16 pm 1 1024x576

୮ ବାଲି ବୋଝେଇ ହାଇୱା। ଜବତ

Spread the love

ରେଙ୍ଗାଲିକ୍ୟାମ୍ପ : ରାଜ୍ୟରେ ବାଲି ମାଫିଆଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ଆଜି ପ୍ରଶାସନର କଡ଼ା ଆଭିମୁଖ୍ୟ ଯୋଗୁଁ ବଳି ମାଫିଆଙ୍କ ବଡ଼ ଝଟକା ମିଳିଛି। ଆଜି ଏକ ବଡ଼ ଧରଣର ଚଢ଼ାଉ କରାଯାଇ ୮ଟି ବାଲି ବୋଝେଇ ହାଇୱାକୁ ଜବତ କରାଯାଇଛି।

ପୁଲିସ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତକାଲି ରାତି ପ୍ରାୟ ୮ଟାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅତାବିରା ପୁଲିସ ଏସଆଇ ପ୍ରଭାତ କୁମାର ସାହୁ ତୁରୁମ୍ ଗୋଡ଼ଭଗା ରାସ୍ତାରେ ସନ୍ଦେହ କରି ଏକ ବାଲି ବୋଝେଇ ହାଇୱାକୁ ଅଟକ ରଖିଥିଲେ। ଯାଞ୍ଚ କରିବା ବେଳେ ଆବଶ୍ୟକ କୌଣସି କାଗଜ ପତ୍ର ଚାଳକଙ୍କ ପାଖରେ ନଥିଲା। ଏହାସହ ଥାନା ଅଧିକାରୀ ପ୍ରକାଶ କର୍ଣ୍ଣଙ୍କ ନେତୃତ୍ୱରେ ଆଉ ଏକ ଚଢ଼ାଉ କରାଯାଇଥିଲା। ଚଢ଼ାଉରେ ୭ଟି ହାଇୱାର କୌଣସି ଆଇନଗତ କାଗଜ ପତ୍ର ନଥିବାରୁ ଅତାବିରା ଥାନାରେ ଅଟକ ରଖାଯାଇଥିଲା। ବିଳମ୍ବିତ ରାତିରେ ବେଆଇନ ଭାବେ ବାଲି ଖୋଳାଯାଇ ଏହି ଗାଡ଼ି ଯୋଗେ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଛି। ଗାଡ଼ିଗୁଡ଼ିକ ଲୁଚି ଛପି ବିଭିନ୍ନ ଭିତିରିଆ ରାସ୍ତା ଦେଇ ଯିବା ଆସିବା କରୁଥିବା ଅଭିଯୋଗ ହୋଇଛି। ତେବେ ତତ୍ପରତା ଦେଖାଇ ପୁଲିସ ଦଳ ଗାଡ଼ି ଗୁଡ଼ିକୁ ଜବତ କରିବାରେ ସଫଳ ହୋଇଛନ୍ତି।
ଜବତ ସମସ୍ତ ହାଇୱାକୁ ଥାନାରେ ଅଟକ ରଖାଯାଇଛି। ବେଆଇନ ଖନନ ଏବଂ ପରିବହନ ଅଭିଯୋଗରେ ଖଣି ବିଭାଗ ପକ୍ଷରୁ ମୋଟା ଅଙ୍କର ଜୋରିମାନା ଆଦାୟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *