Ahjhj e1773417251978 300x212

ଅନିଲ ଅମ୍ବାନୀଙ୍କଙ୍କ ୫୮୧ କୋଟିର ସମ୍ପତ୍ତି ଜବତ କଲା ଇଡି

Spread the love

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଗୁରୁବାର ବିଶି​‌ଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କର ୫୮୧ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଏହି ସମ୍ପତ୍ତି ରିଲାଏନ୍ସ ହୋମ ଫାଇନାନ୍ସ ଲିମିଟେଡ ଏବଂ ରିଲାଏନ୍ସ କମର୍ସିଆଲ ଫାଇନାନ୍ସ ଲିମିଟେଡ ମାଲିକାନାରେ ରହିଥିବା ପ୍ରକାଶ। ଗୋଆ, କେରଳ, କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡୁ, ଉତ୍ତର ପ୍ରଦେଶ, ହରିୟାଣା, ଝାଡଖଣ୍ଡ, ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ ଓ ରାଜସ୍ଥାନରେ ଥିବା ଏହି ଦୁଇଟି କମ୍ପାନୀର ସମ୍ପତ୍ତି ଜବତ କରିବାକୁ ମାର୍ଚ୍ଚ ୧୧ରେ ଇଡିକୁ ନିର୍ଦେଶ ମିଳିଥିଲା। ପ୍ରାୟ ୧୧ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଜାଲିଆତି ଏବଂ ବିଦେଶୀ ମୁଦ୍ରା ପରିଚାଳନା ଆଇନ ଉଲ୍ଲଘଂନ ଅଭିଯୋଗରେ ଇଡି ପକ୍ଷରୁ ରିଲାଏନ୍ସ ଗ୍ରୁପ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

Leave a Reply

Your email address will not be published. Required fields are marked *