J pradiip samaja editede e1773414757138 300x291

ବିଜେପି ଛାଡିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ

Spread the love

ଭୁବନେଶ୍ବର: ବିଜେପିରେ ପୂର୍ବତ୍ତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଯୋଗଦାନ ପରେ ବାଲେଶ୍ୱର ଜିଲ୍ଲାରେ ବିଜେପିରେ ହଲଚଲ ଦେଖିବାକୁ ମିଳିଛି। ରବୀନ୍ଦ୍ରଙ୍କ ଯୋଗଦାନକୁ ନେଇ ଅସନ୍ତୁଷ୍ଟ ହୋଇ ଦଳ ଛାଡିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ।

ବିଜେପିରେ ପୂର୍ବତ୍ତନ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କ ଯୋଗଦାନ ପରେ ତେଜିଛି ଅସନ୍ତୁଷ୍ଟ। ଦଳ ଛାଡିଛନ୍ତି ପୂର୍ବତ୍ତନ ବିଧାୟକ ଜୀବନ ପ୍ରଦୀପ ଦାଶ। ସାମ୍ବାଦିକ ସମ୍ମିଳନୀ ଡାକି ସେ ବିଜେପି ଓ ରବୀନ୍ଦ୍ରଙ୍କ ପ୍ରତି ନିଜର ଅସନ୍ତୁଷ୍ଟ ପ୍ରକାଶ କରି ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି, ବିଜେପି ମୂଲ୍ୟବୋଧ ଯୁକ୍ତ ରାଜନୀତି ଠାରୁ ଦୁରେଇ ଯାଇଛି, ନହେଲେ ଚିଟଫଣ୍ଡ ଅଭିଯୁକ୍ତଙ୍କୁ କିପରି ଦଳରେ ମିଶାଇଲା ? ଜଣେ ଅଭିଯୁକ୍ତଙ୍କୁ ଆଣି ବିଜେପିରେ ମିଶାଇବା ରାଜ୍ୟରେ ପ୍ରଥମ। ୨୦୧୪ରେ ଦଳ କ୍ଷମତାକୁ ଆସିବା ପରେ ଦଳର ନୈତିକ ପତ୍ତନ ହୋଇଛି ବୋଲି ସେ କହିଛନ୍ତି। ଏହାସହ ଆଗାମୀ ରାଜନୈତିକ କାର୍ଯ୍ୟପନ୍ଥାକୁ ନେଇ ସେ କହିଛନ୍ତି ଯେ, ଭବିଷ୍ୟତ କାର୍ଯ୍ୟପନ୍ଥା ବାବଦରେ କୌଣସି ନିଷ୍ପତ୍ତି ନେଇନାହିଁ।

Leave a Reply

Your email address will not be published. Required fields are marked *