Farooq e1773329669905 300x238

ଫାରୁକ୍ ଅବଦୁଲ୍ଲାଙ୍କୁ ଗୁଳି କରି ହତ୍ୟା ଉଦ୍ୟମ !

Spread the love

ନୂଆଦିଲ୍ଲୀ: ଫାରୁକ୍ ଅବଦୁଲ୍ଲାଙ୍କୁ ହତ୍ୟା ଉଦ୍ୟମ !। ଅଳ୍ପକେ ବର୍ତ୍ତିଲେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ। ଜମ୍ମୁରେ ଏକ ହୋଟେଲରେ କାର୍ଯ୍ୟକ୍ରମବେଳେ ଫାରୁକଙ୍କ ଉପରେ ଗୁଳିମାଡ଼ ହୋଇଥିଲା। ଦୁର୍ବୃତ୍ତ ଜଣକ ଅତି ନିକଟରୁ ଫାରୁକ୍ ଅବଦୁଲ୍ଲାଙ୍କୁ ଲକ୍ଷ୍ୟ କରି ଗୁଳି କରିଥିଲା। ଜମ୍ମୁ-କାଶ୍ମୀର ନ୍ୟାସନାଲ କନଫରେନ୍ସ (JKNC) ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ଗାଡ଼ି ଉପରକୁ ଜଣେ ବନ୍ଧୁକଧାରୀ ଗୁଳି ଚଳାଇବାକୁ ଚେଷ୍ଟା କରିଥିଲେ।

ଜମ୍ମୁର ଗ୍ରେଟର କୈଳାସ ଅଞ୍ଚଳରେ ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ​ ସୌଭାଗ୍ୟବଶତଃ, ଫାରୁକ୍ ଅବଦୁଲ୍ଲା ଏବଂ ତାଙ୍କ ସହ ଗାଡ଼ିରେ ଥିବା ଉପ-ମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। କାହାରିକୁ କୌଣସି ଆଘାତ ଲାଗିନାହିଁ। ସୁରକ୍ଷାକର୍ମୀମାନେ ତୁରନ୍ତ ଦୁର୍ବୃତ୍ତକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି। ଅଭିଯୁକ୍ତର ନାମ କମଲ ସିଂ ଜାମୱାଲ।

ସେ ବ୍ୟବହାର କରିଥିବା ବନ୍ଧୁକଟି ଲାଇସେନ୍ସପ୍ରାପ୍ତ। ଅଭିଯୁକ୍ତ କହିଛି, ସେ ୨୦ ବର୍ଷ ହେଲା ଫାରୁକ ଅବଦୁଲ୍ଲାଙ୍କୁ ହତ୍ୟା କରିବାକୁ ଚାହୁଁଥିଲା। ଜମ୍ମୁ ପୁରୁଣା ମଣ୍ଡି ଅଞ୍ଚଳରେ କମଲ ସିଂର ଘର। ତେବେ ପୋଲିସ ଆକ୍ରମଣ ପଛର ପ୍ରକୃତ କାରଣ ଖୋଜୁଛି। ବର୍ତ୍ତମାନ ସୁଦ୍ଧା ଏହା ସହିତ କୌଣସି ଆତଙ୍କବାଦୀ ସଂଗଠନର ଲିଙ୍କ୍ ସମ୍ପୃକ୍ତି ଥିବା ପ୍ରମାଣ ମିଳିନାହିଁ।

Leave a Reply

Your email address will not be published. Required fields are marked *