Img lpg bottling plant i 2 1 4qass318 1024x576

ଗ୍ୟାସ ସଙ୍କଟ ଆଶଙ୍କା: ଏସମା ଲାଗୁ କଲେ କେନ୍ଦ୍ର ସରକାର

Spread the love

ନୂଆଦିଲ୍ଲୀ: ଦେଶରେ ଏଲପିଜି ସଙ୍କଟ ଚିନ୍ତା ବଢାଇବା ପରେ ଏଲପିଜି ଯୋଗାଣ ପାଇଁ ଏସମା ଲାଗୁ ।  ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଶେଷ ନେଇ ଅନିଶ୍ଚିତତା ଦେଖାଯାଇଥିବାରୁ ଭବିଷ୍ୟତରେ ରୋଷେଇ ଗ୍ୟାସର ଅଭାବ ଉତ୍କଟ ହେବା ଆଶଙ୍କା ରହିଛି ।  ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ‘ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅତ୍ୟାବଶ୍ୟକ ସେବା ନିୟନ୍ତ୍ରଣ ଆଇନ- ଏସମା ଲାଗୁ କରିଛନ୍ତି ।

ଏହା ଦ୍ବାରା ଘରୋଇ ଗ୍ରାହକଙ୍କୁ ଗ୍ୟାସ୍ ଯୋଗାଣରେ କୌଣସି ସମସ୍ୟା ହେବନାହିଁ। ଦେଶର ସମସ୍ତ ତୈଳ ବିଶୋଧନାଗାରକୁ ଅଧିକରୁ ଅଧିକ ଏଲପିଜି ଗ୍ୟାସ ଉତ୍ପାଦନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କେବଳ ରୋଷେଇ ପାଇଁ ଗ୍ୟାସକୁ ଇଣ୍ଡେନ, ଭାରତ ଗ୍ୟାସ୍ ଏବଂ HP ଗ୍ୟାସ୍ କମ୍ପାନୀକୁ ଦିଆଯିବ। ସାଧାରଣ ଲୋକେ ଭୟଭୀତ ହୋଇ ଗ୍ୟାସ୍ ଗଚ୍ଛିତ କରି ରଖନ୍ତୁ ନାହିଁ କିମ୍ବା ଲମ୍ବା ଲାଇନରେ ଠିଆ ନହେବାକୁ ପରାମର୍ଶ ଦେଇଛନ୍ତି ବିଭିନ୍ନ ତୈଳ କଂପାନୀ।

ସେପଟେ ତୈଳ ସଙ୍କଟ ମଧ୍ଯରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଆଲୋଚନା କରିଛନ୍ତି ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ।  ଦେଶର ବିଭିନ୍ନ ସ୍ଥାନରେ ରୋଷେଇ ଗ୍ୟାସ ଯୋଗାଣରେ ଦେଖାଦେଇଥିବା ସମସ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ।  ଏହା ସହ କେନ୍ଦ୍ର ସରକାର ଗ୍ରହଣ କରିଥିବା ପଦକ୍ଷେପ ନେଇ ମଧ୍ୟ ଜଣାଇଛନ୍ତି ।  ସେପଟେ ଅନେକ ରାଜ୍ୟରେ କମର୍ସିଆଲ ଗ୍ଯାସ ଯୋଗାଣ ଉପରେ କଟକଣା ଲାଗୁ ହୋଇଥିବାରୁ ହୋଟେଲ ବ୍ୟବସାୟୀ ସଂଘଙ୍କ ମଧ୍ୟରେ ଚିନ୍ତା ବଢଛି ।

Leave a Reply

Your email address will not be published. Required fields are marked *